ଓଡିଶାରାଜନୀତି

ଆସନ୍ତାକାଲି ହେବ ଲୋକସଭା ଓ ବିଧାନସଭା ନିର୍ବାଚନ ତାରିଖ ଘୋଷଣା

ଭୁବନେଶ୍ୱର: ଆସନ୍ତାକାଲି ଲୋକସଭା ଓ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରାଯିବ । ନିର୍ବାଚନ ଆୟୋଗ ଅପରାହ୍ନ ୩ଟା ବେଳେ ସାମ୍ବାଦିକ ସମ୍ମଳନୀ କରିଘୋଷଣା କରିବେ ତାରିଖ । ଏନେଇ ନିର୍ବାଚନ ଆୟୋଗ ‘ଏକ୍ସ’ରେ ସୂଚନା ଦେଇଛନ୍ତି । ନୂଆ ଇଲେକସନ୍ କମିଶନଙ୍କ ନିଯୁକ୍ତି ପରେ ଆଜି ବସିଥିବା ବୈଠକରେ ଏନେଇ ନିଷ୍ପତି ହୋଇଛି । ତେବେ ତାରିଖ ଘୋଷଣା ପରେ ଲାଗୁ ହେବ ଆଦର୍ଶ ଆଚରଣ ବିଧି । ଲୋକସଭା ନିର୍ବାଚନ ସମେତ ଅରୁଣାଚଳପ୍ରଦେଶ, ଆନ୍ଧ୍ର ପ୍ରଦେଶ, ଓଡିଶା ଓ ସିକ୍କିମରେ ବିଧାନସଭା ନିର୍ବାଚନ ହେବ । ତେବେ କେତୋଟି ପର୍ୟ୍ୟାୟରେ ନିର୍ବାଚନ ହେବ ତାହା ଉପରେ ସମସ୍ତଙ୍କର ନଜର ରହିଛି । ଗତ ୨୦୧୯ରେ ଦେଶରେ ୭ଟି ପର୍ୟ୍ୟାୟରେ ନିର୍ବାଚନ ହୋଇଥିବାବେଳେ ଓଡିଶାରେ ୪ଟି ପର୍ୟ୍ୟାୟରେ ନିର୍ବାଚନ ହୋଇଥିଲା ।

Related posts

କଂଗ୍ରେସ ନେତାଙ୍କ ସମେତ ପତ୍ନୀ, କନ୍ୟା କରୋନା ପଜିଟିଭ

mahabharatanews

ଅସହ୍ୟ ତାତି : ସର୍ବାଧିକ ୪୨ ଡିଗ୍ରୀ ରେକର୍ଡ 

mahabharatanews

 ‘ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା’ ଏବଂ ‘ପଡା ପୁଷ୍ଟି’ କାର୍ଯ୍ୟକ୍ରମ 

mahabharatanews