ଓଡିଶା

ଶ୍ରୀ ଲୋକନାଥଙ୍କର ଆଜି ପଦ୍ମବେଶ

(ପୁରୀ) :  ଆଜି ମାଘ ପୁର୍ଣିମା । ଦେବ ଦେବ ମହାଦେବ ଶ୍ରୀ ଲୋକନାଥଙ୍କର ମଧ୍ୟ ଆଜି ପଦ୍ମବେଶ କରାଯିବ। ସୋଲରେ ନିର୍ମିତ ପଦ୍ମବେଶରେ ବିଭୂଷିତ ହେବେ ଶ୍ରୀଲୋକନାଥ। କାହିଁ କେଉଁ ଅନାଦି କାଳରୁ ରଥସାହି ବାହ୍ମଣ ସମାଜ ପକ୍ଷରୁ ପଦ୍ମବେଶ କରାଯାଉଛି। ଶ୍ରୀଲୋକନାଥଙ୍କୁ ମଧ୍ୟ ଖିରୀ ଅମ୍ବାଲୁ ଭୋଗ ଲାଗିଥାଏ।

ସୂଚନାନୁଯାୟୀ, ତେବେ ପୌରାଣିକ କଥା ବସ୍ତୁ ଅନୁଯାୟୀ ଏକଦା ବରୁଣ ହ୍ରଦରେ ଗଜରାଜ ସ୍ନାନ କରୁଥିବା ବେଳେ କୁମ୍ଭୀର ତାଙ୍କୁ ଆକ୍ରମଣ କରିଥିଲା । ଗଜରାଜ କ୍ଷତବୀକ୍ଷତ ଅବସ୍ଥାରେ ବିକଳ ହୋଇ ଉଦ୍ଧାର ପାଇଁ ଭଗବାନଙ୍କୁ ପ୍ରାର୍ଥନା କରିଥିଲେ । ଭକ୍ତର ଡାକ ଶୁଣି ଠାକୁର କୁମ୍ଭୀର କବଳରୁ ଗଜରାଜଙ୍କୁ ଉଦ୍ଧାର କରିଥିଲେ । ସେହି ସ୍ମୃତିରେ ଶହଶହ ବର୍ଷ ଧରି ଠାକୁରଙ୍କ ଏହି ଗଜଉଦ୍ଧାରଣ ବେଶ ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇ ଆସୁଛି ।

Related posts

ଜୁଆ ଆଡ୍ଡାରେ ଚଢାଉ, ୧୦ ଗିରଫ

mahabharatanews

ଷ୍ଟେସନ ପ୍ଲାଟ୍‌ଫର୍ମରୁ ଯୁବତୀ ନିଖୋଜ

mahabharatanews

୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

mahabharatanews