ଓଡିଶା

ରାଜ୍ୟରେ ବର୍ଷା ହେତୁ ୟେଲୋ ୱାର୍ଣ୍ଣିଂ ଜାରି

(ଭୁବନେଶ୍ୱର) : ଦିନକୁ ଦିନ ତାତିର ପ୍ରକୋପ ବଢ଼ିଚାଲିଛି। ସୋନପୁର ରାଜ୍ୟର ଉତ୍ତପ୍ତ ସହରରେ ପରିଣତ ହୋଇଛି। ଏଠାରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୬.୩ ଡିଗ୍ରି ରେକର୍ଡ କରାଯାଇଛି। ଭୁବନେଶ୍ୱର ତାପମାତ୍ରା ଗତକାଲି ତୁଳନାରେ ସାମାନ୍ୟ ହ୍ରାସ ପାଇ ତାଳଚେର ସହ ଯୁଗ୍ମ ଭାବେ ୩୬.୨ ଡିଗ୍ରିରେ ରହିଛି।  ଚଳିତବର୍ଷ ପ୍ରଥମ ଥର ପାଇଁ ୫ଟି ସହରର ତାପମାତ୍ରା ୩୬ ଡିଗ୍ରି ଉପରେ ରହିଥିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାନୁଯାୟୀ , ୨୬ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇପାରେ। ୨୩ ଓ ୨୪ ତାରିଖରେ ଉପକୂଳ ଜିଲ୍ଲା ସମେତ ସଂଲଗ୍ନ ଅନୁଗୁଳ, ଢେଙ୍କାନାଳ, ମୟୂରଭଞ୍ଜ, ବୌଦ୍ଧ, କେନ୍ଦୁଝର ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି। ପରବର୍ତ୍ତୀ ଦୁଇ ଦିନ ପର୍ଯ୍ୟନ୍ତ ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହୋଇପାରେ।

Related posts

ମାଆ ଭଟ୍ଟାରିକାଙ୍କ ପୀଠରେ ୧୪୪ ଧାରା ଲାଗୁ

mahabharatanews

ରାଜ୍ୟରେ ଗତ୨୪ ଘଣ୍ଟା ମଧ୍ୟରେ ଆଉ ୪ ଜଣଙ୍କ ମୃତ୍ୟୁ

mahabharatanews

ଘର କାନ୍ଥ ଭୁଶୁଡି ବୃଦ୍ଧା ଗୁରୁତର

mahabharatanews