ଭାରତ

ବିଜେପିରେ ସାମିଲ ହେଲେ ଲଭ୍‌ଲି

(ଦିଲ୍ଲୀ) : ନୂଆଦିଲ୍ଲୀ ଲୋକସଭା ନିର୍ବାଚନରେ ଆପ୍ ସହ ମେଣ୍ଟକୁ ବିରୋଧ କରି ଦିଲ୍ଲୀ କଂଗ୍ରେସ ସଭାପତି ପଦରୁ ନିକଟରେ ଇସ୍ତଫା ଦେଇଥିବା ଅରବିନ୍ଦର ସିଂହ ଲଭ୍‌ଲି ଶନିବାର ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି।

ସୂଚନାନୁଯାୟୀ , କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ, ଦିଲ୍ଲୀ ବିଜେପି ମୁଖ୍ୟ ବୀରେନ୍ଦ୍ର ସଚଦେବ ଏବଂ ଦଳର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ବିନୋଦ ତାଵଡେଙ୍କ ଉପସ୍ଥିତିରେ ଲଭ୍‌ଲି ଦଳରେ ଯୋଗ ଦେଇଛନ୍ତି। ଲଭ୍‌ଲିଙ୍କ ସହ କଂଗ୍ରେସର ପୂର୍ବତନ ବିଧାୟକ ରାଜ କୁମାର ଚୌହାନ, ନସିବ ସିଂହ, ନୀରଜ ବସୋୟା ଏବଂ ଯୁବ କଂଗ୍ରେସର ପୂର୍ବତନ ସଭାପତି ଅମିତ ମଲ୍ଲିକ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି।ଏହା ପୂର୍ବରୁ ୨୦୧୭ରେ ମଧ୍ୟ ଲଭ୍‌ଲି କଂଗ୍ରେସରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଥିଲେ। ତେବେ ୨୦୧୮ରେ ସେ ପୁଣି କଂଗ୍ରେସକୁ ଫେରିଥିଲେ। ବିଜେପିରେ ସାମିଲ ହେବା ପରେ ଦିଲ୍ଲୀର ସମସ୍ତ ୭ଟି ଲୋକସଭା ଆସନରେ ଦଳ ବିଜୟୀ ହେବ ବୋଲି ଲଭ୍‌ଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

Related posts

ଆଉ ୩ଦିନ ପରେ ସୂର୍ଯ୍ୟଙ୍କ ନିକଟରେ ପହଂଚିବ ଭାରତ 

mahabharatanews

କେନ୍ଦ୍ର କ୍ୟାବିନେଟର ନିଷ୍ପତ୍ତି: 2027 ଜନଗଣନା ପାଇଁ 11,718.24 କୋଟି ଟଙ୍କା ମଞ୍ଜୁର, ଦୁଇଟି ପର୍ଯ୍ୟାୟରେ ଗଣନା କରାଯିବ

mahabharatanews

ଏଣିକି ବର୍ଷକୁ ଦୁଇ ଥର ଖୋଲିବ ରାଷ୍ଟ୍ରପତି ଭବନ

mahabharatanews