ଭୁବନେଶ୍ୱର: ୨୨ ବର୍ଷ ପୂର୍ବର ବହୁଚର୍ଚ୍ଚିତ ବାରଙ୍ଗ ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ଵାଳ ପୋଲିସ ହାତରେ । ସାମ୍ବାଦିକ ସମ୍ମିଳନୀରେ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ଏ ନେଇ ସୂଚନା ଦେଇଛି। ସିବିଆଇ ଏହାର ତଦନ୍ତ କରୁଥିଲା । ୨ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଆଜୀବନ କାରାଦଣ୍ଡାଦେଶ ଦଣ୍ଡିତ କରିଥିଲେ । ମାତ୍ର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳ ଘଟଣା ପରଠାରୁ ଫେରାର ଥିଲା । ବିବନ ଫେରାର ହୋଇ ବିଭିନ୍ନ ସ୍ଥାନରେ ଛଦ୍ମବେଶରେ ରହିଆସୁଥିଲା । ନିକଟରେ ପୁଲିସକୁ ସୂଚନା ମିଳିଥିଲା କି ସେ ମୁମ୍ବାଇ-ପୁନେ ରାସ୍ତାରେ ଛଦ୍ମନାମ ଜଳନ୍ଧର ସ୍ବାଇଁ ଭାବେ ରହୁଛି। ନିଜର ମୃତ୍ୟୁ ପ୍ରମାଣ ପତ୍ର ଯୋଗାଡ ପାଇଁ ଚେଷ୍ଟା ଚଳାଇଥିବା ବେଳେ ପୁଲିସ ହାତରେ ଧରାପଡିଥିଲା ।
୧୯୯୯ ମସିହାରେ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ଘଟଣା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା । ଏହି ଗଣଦୁଷ୍କର୍ମ ପାଇଁ କଂଗ୍ରେସ ସରକାର ଗାଦିଚ୍ୟୁତ ହୋଇଥିଲା । ଘଟଣା ଦିନ ରାତିରେ ପୀଡିତା ଓ ତାଙ୍କର ଜଣେ ବନ୍ଧୁଙ୍କ ସହ କଟକ କାରରେ ଯାଉଥିବା ବେଳେ କିଛି ଲୋକ ବାରଙ୍ଗ ନିକଟରେ ସେମାନଙ୍କୁ ଅଟକାଇଥିଲେ । ଏହାପରେ ପୀଡିତାଙ୍କୁ ତିନି ଜଣ ଗଣଦୁଷ୍କର୍ମ କରିଥିଲେ । ଏହି ଘଟଣାକୁ ନେଇ ରାଜନୀତି ଜୋର ଧରିବା ପରେ ଦୁଇ ଜଣଙ୍କୁ ପୁଲିସ ଗିରଫ କରିଥିବା ବେଳେ ଜଣେ ଫେରାର ହୋଇ ଯାଇଥିଲା ।
While Obamacare has helped many people get insurance, some argue the benefits don’t outweigh…. buy cialis malaysia Dizziness is one of the possible symptoms of dehydration.