ଓଡିଶା

ମାଲକାନାଗିରି ସ୍ୱାଭିମାନ ଅଞ୍ଚଳରେ ଆରମ୍ଭ ହେଲା ମୋବାଇଲ୍ ସେବା

(ସରୋଜ କୁମାର ରାଉତ/ମହାଭାରତ): ମାଲାକାନାଗିରିର ସ୍ୱାଭିମାନ ଅଞ୍ଚଳରେ ମୋବାଇଲ୍ ସେବା ଆରମ୍ଭ ହୋଇଛି । ଘରୋଇ କମ୍ପାନୀ ଏୟାରଟେଲ୍ ହାନ୍ତାଳଗୁଡା, ପିପଲପଦର, ଯନ୍ତାପାଇ ଓ ଦାରଲାବେଡା ରେ ମୋବାଇଲ୍ ସେବା ଯୋଗାଇଛି । ତେବେ ଏହି ସେବା ଆରମ୍ଭ ହେବା ଦ୍ୱାରା ସେହି ଅଞ୍ଚଳର ଅଧିକାଂଶ ଲୋକ ଉପକୃତ ହେବେ ବୋଲି ଜଣାପଡିଛି ।
ସୁଚନା ଯେ, ମାଲକାନାଗିରିର ଏହି ଅଞ୍ଚଳ ସବୁ ମାଓବାଦୀ ମାନଙ୍କ ନଜରରେ ଥିବାରୁ ସେଠାରେ ମୋବାଇଲ ସେବା ବନ୍ଦ କରାଯାଇଥିଲା । ତେବେ ବର୍ତ୍ତମାନ ଉକ୍ତ ଅଞ୍ଚଳ ସବୁ ରେ ପ୍ରଶାସନ ଏବଂ ପୋଲିସ୍ ମାନଙ୍କର ସୁରକ୍ଷା ବଢ଼ାଯାଇଥିବାରୁ ସେଠାରେ ଏବେ ମୋବାଇଲ ସେବା ଆରମ୍ଭ କରାଯାଇଛି । ଏହି ସେବା, ସ୍ୱାଭିମାନ ଅଞ୍ଚଳର ଲୋକଙ୍କୁ ବିକାଶ ସହ ଯୋଡିଛି । ତେବେ ଏନେଇ ଡିଜିପି କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍ ଯୋଗେ ଏହି ସେବାରେ ନିୟୋଜିତ ସଂସ୍ଥା ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Related posts

ଖୋଲିଲା ବଳଦେବଜୀଉଙ୍କ ମନ୍ଦିର

mahabharatanews

ଆଜି ରାଜ୍ୟରେ୧୦୭ କ୍ୱାରେଣ୍ଟାଇନ କେନ୍ଦ୍ରର, ୫ ଲୋକାଲ

mahabharatanews

ରାଜ୍ୟରେ ଆଉ ୧୪୭୪ ନୂଆ କରୋନା ସଂକ୍ରମିତ ଚିହ୍ନଟ

mahabharatanews