ଅପରାଧଓଡିଶା

କୋରୁକୋଣ୍ଡା ମହିଳା ନାଏବ ସରପଞ୍ଚକୁ ନ୍ୟାୟ ମିଳିବ କେବେ

(ସୂର୍ୟ୍ୟକାନ୍ତ ବେହେରା/ମାଲକାନଗିରି): କୋରୁକୋଣ୍ଡା ପଞ୍ଚାୟତର ମହିଳା ଆଦିବାସୀ ନାଏବ ସରପଞ୍ଚ ବାସନ୍ତୀ ପୂଜାରୀଙ୍କୁ ଗ୍ରାମର ଜଣେ ସାଧାରଣ ବର୍ଗର ଅସାମାଜିକ ଯୁବକ ତାଙ୍କ ଅଫିସ କାର୍ଯ୍ୟାଳୟରେ ପଶି ଜାତିକୁ ଆକ୍ଷେପ କରି ଅଶ୍ଲୀଳ ଭାଷାରେ ଗାଳି କରିବା ଏବଂ ଧମକେଇବା ସଂପର୍କରେ ମାଲକାନଗିରି ଥାନାରେ ଅଭିଯୋଗ ହୋଇଥିଲା । ତେବେ ଅଭିଯୋଗ କରିବାର ୯ ଦିନ ବିତିଯାଇଥିଲେ ବି ପୋଲିସ୍ ସେହି ଅସାମାଜିକ ବ୍ୟକ୍ତିଙ୍କୁ ଗିରଫ କରିବାରେ ବିଳମ୍ବ କରୁଥିବାରୁ ଆଦିବାସୀ ସଂଘକୁ ସହଯୋଗ କରିବା ପାଇଁ ନାଏବ ସରପଞ୍ଚ ନିବେଦନ କରିଛନ୍ତି । ଫଳରେ ଆଦିବାସୀ ସଂଘର କର୍ମକର୍ତ୍ତାମାନେ ଏବଂ ନାଏବ ସରପଞ୍ଚ ଶ୍ରୀମତୀ ପୂଜାରୀ ଏସପିଙ୍କୁ ଭେଟି ଆସାମୀଙ୍କୁ ତୁରନ୍ତ ଗିରଫ କରିବାକୁ ଦାବୀ ଜଣାଇଛନ୍ତି ।

ନାଏବ ସରପଞ୍ଚ ବାସନ୍ତୀ ପୂଜାରୀଙ୍କ ଅଭିଯୋଗ ଅନୁସାରେ, ଗତ ୧୦ ତାରିଖରେ ପଞ୍ଚାୟତ କାର୍ଯ୍ୟାର୍ଳୟ ପରିସରରେ ୫ ଲକ୍ଷ ଟଙ୍କା ରେ କୋଠା ନିର୍ମାଣ କରାଯାଉଥିବା ବେଳେ ଏହି କୋଠା ତିଆରିରେ ନିମ୍ନମାନ ସାମଗ୍ରୀ ବ୍ୟବହାର କରି ନିର୍ମାଣ କରାଯାଉଥିବାରୁ ନିର୍ମାଣ କାର୍ଯ୍ୟକୁ ତୁରନ୍ତ ବନ୍ଦ କରିବା ଲାଗି କହିଥିଲେ । ମାତ୍ର ୧୧ତାରିଖ ଦିନ ସରପଞ୍ଚ ଶ୍ରୀମତୀ ପୂଜାରୀ ତାଙ୍କର ଅଫିସ ଚେମ୍ବରରେ ବସିଥିବା ବେଳେ ଲୋକନାଥ ସାହୁ ନାମକ ଜଣେ ବ୍ୟକ୍ତି ଚ୍ୟାମ୍ବରରେ ପଶି ଜାତିକୁ ଆକ୍ଷେପ କରି ତାଙ୍କୁ ଗାଳିଗୁଲଜ କରି ଧମକାଇଥିଲେ । ତେବେ ଜଣେ ମହିଳା ଜନ ପ୍ରତିନିଧିଙ୍କୁ ଏଭଳି ଅଶ୍ଲୀଳ ଭାଷାରେ ଗାଳି ଗୁଲଜ କରିବା ଅପରାଧ । ତେଣୁ ସେ ଏ ସମ୍ପର୍କରେ ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଅବଗତ କରାଇଥିଲେ । ମାତ୍ର କୌଣସି ସୁଫଳ ନ ମିଳିବାରୁ ଶ୍ରୀମତୀ ପୂଜାରୀ ମାଲକାନାଗିରି ଥାନାରେ ଉକ୍ତ ବ୍ୟକ୍ତି ବିରୁଦ୍ଧରେ ଅଭିଯୋଗ କରିଥିଲେ । ତେବେ ପୋଲିସ ଉକ୍ତ ବ୍ୟକ୍ତିକୁ ଆଜି ପର୍ୟ୍ୟନ୍ତ ଗିରଫ କରିବାରେ ବିଳମ୍ବ କରୁ୍ଥିବାରୁ ଆଦିବାସୀ ସଂଘର କର୍ମକର୍ତ୍ତାଙ୍କ ସହ ଶ୍ରୀମତୀ ପୂଜାରୀ ମାଲକାନଗିରି ଡିଏସପିଙ୍କ ଠାରେ ଅଭିଯୋଗ କରିଛନ୍ତି । ତେବେ ଆସାମୀକୁ ପୋଲିସ କେବେ ଗିରଫ କରି ନ୍ୟାୟ ପ୍ରଦାନ କରିବ ତାହା ଦେଖିବା ବାକି ରହିଲା ।

Related posts

କମିଲା ପିଆଜ ଦର

mahabharatanews

ଅମଲାଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ପ୍ରତ୍ୟାହାର

mahabharatanews

ମହାନାୟକଙ୍କ ଶୁଭ ଜନ୍ମ ଦିବସ

mahabharatanews