ଓଡିଶା

ସାହିତ୍ୟିକ ମନୋଜ ଦାସଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର

ଭୁବନେଶ୍ୱର: ଖ୍ୟାତନାମା ଓଡିଆ ସାହିତ୍ୟିକ ତଥା ପଦ୍ମଭୂଷଣ ବିଜେତା ମନୋଜ ଦାସ୍ ଗୁରୁତର ଅସୁସ୍ଥ । ସେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । କିଛି ଦିନ ହେବ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଗିରୁତର ହୋଇଯାଇଛି । ଏନେଇ ଦାସଙ୍କ ଝିଆରୀ ଡାକ୍ତର ସଂଘମିତ୍ରା ଦାସ ସୂଚନା ଦେଇଛନ୍ତି । ତେବେ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ସେ ଡାକ୍ତର ଅଶୋକ ଦାଶଙ୍କ ଦ୍ୱାରା ଚିକିତ୍ସିତ ହେଉଛନ୍ତି ।
୨୦୧୨ ମସିହାରେ ସେ କ୍ୟାନସରରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ। ଉପଯୁକ୍ତ ଚିକିତ୍ସା ହେବାରୁ ଆଶାଜନକ ସୁଧାର ଆସିଥିଲା। ଦାସଙ୍କ ସ୍ୱାସ୍ଥ୍ୟ ସମସ୍ୟା ସମ୍ପର୍କରେ ଜଣା ପଡିବା ପରେ ରାଜ୍ୟ ସରକାରଙ୍କ ଜଣେ ସଚିବ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି । ତାଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି ।

SR

 

Related posts

ଟ୍ରକ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା

mahabharatanews

ବେଆଇନ ବାଣ ତିଆରି ବେଳେ ବିସ୍ପୋରଣ 

mahabharatanews

ଆଉ ଏକ ଲଘୁଚାପ ସୃଷ୍ଟି ସମ୍ଭାବନା ! କେତେକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

mahabharatanews