ଓଡିଶା

ଏତେ ସବୁ ପରେ ନିଜକୁ ନିର୍ଦ୍ଦୋଶ କହୁଛନ୍ତି ଆକାଶ

ଭୁବନେଶ୍ୱର: କୋଟି କୋଟି ଟଙ୍କାର ଠକେଇ ଓ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେବା ପରେ ମଧ୍ୟ ଆକାଶ ପାଠକ ନିଜକୁ ନିର୍ଦ୍ଦୋଶ କହିବା ଛାଡି ନାହାନ୍ତି । ଉଭୟ ପାଠକ ବାପା ପୁଅଙ୍କ ରିମାଣ୍ଡ ଅବଧି ସରିବା ପରେ ଆଜି କୋର୍ଟରେ ହାଜର ସମୟରେ ଗଣମାଧ୍ୟମ ସମ୍ମୁଖରେ ନିଜକୁ ନିର୍ଦ୍ଦେଶ କହିଛନ୍ତି ଆକାଶ । ସେ ଆହୁରି କହିଛନ୍ତି, ଟାଟା ମୋଟରସ୍ରେ ଚାକିରି କରୁଥିଲି । କିନ୍ତୁ ବର୍ତ୍ତମାନ ଟାଟା ସପୋର୍ଟ କରୁ ନାହିଁ। ତାଙ୍କ ବିରୋଧରେ ଷଡଯନ୍ତ୍ର କରାଯାଇଛି। ଥରେ ଜେଲରୁ ବାହାରିବା ପରେ ସେ ତାଙ୍କ ନିର୍ଦ୍ଦୋଶତାର ସମସ୍ତ ତଥ୍ୟ ଗଣମାଧ୍ୟମକୁ ଦେବେ ବୋଲି ଆକାଶ ଓ ଅଭୟ କହିଛନ୍ତି ।

ଭିଜିଲାନ୍ସ ୩ ଦିନ ରିମାଣ୍ଡରେ ନେଇ ପଚରାଉଚରାରୁ କୋଟିକୋଟି ଟଙ୍କାର ପ୍ରମାଣ ପାଇଛି । ଆହୁରି ବହୁ ତଥ୍ୟ ବାହାରିବାର ଭିଜିଲାନ୍ସ ଆଶା ରଖିଛି । ସାଇବର ଠକେଇ ମାମଲାରେ ଉଭୟଙ୍କୁ କ୍ରାଇମବ୍ରାଞ୍ଚ ଜେରା କରିବାର ସମ୍ଭାବନା ରହିଛି । କ୍ରାଇମ ବ୍ରାଞ୍ଚ ଉଭୟ ବାପା ପୁଅଙ୍କୁ ବିଧାୟକଙ୍କ ସହ ସେମାନଙ୍କ ଟ୍ରାନ୍ଜାକ୍ସନକୁ ନେଇ ମଧ୍ୟ ପଚରାଉଚରା କରିବା ଆଶା ରହିଛି ।

Related posts

୮ ଜିଲ୍ଲାକୁ କାଳବୈଶାଖୀ ସମ୍ଭାବନା: କେନ୍ଦ୍ରର ଅରେଞ୍ଜ ୱାର୍ଣ୍ଣିଂ ଜାରି

mahabharatanews

ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ କୃଷକ ଦୀନବନ୍ଧୁ ରାଉତଙ୍କ ସ୍ମୃତିସଭା

mahabharatanews

ମିଲ୍କ ମୁଁ କ୍ଷୀର କଂପାନୀରେ ଆମୋନିଆ ଗ୍ୟାସ ଲିକ, ଅଳ୍ପକେ ବର୍ତିଲେ ୩ଶହରୁ ଊଦ୍ଧ୍ୱର୍ କର୍ମଚାରୀ

mahabharatanews