ଓଡିଶା

ମାଲକାନଗିରି ଜଙ୍ଗଲରେ ମାଓବାଦୀଙ୍କ ଅତ୍ୟାଧୁନିକ ତାଲିମ ଶିବିର

(ସୂର୍ୟ୍ୟକାନ୍ତ ବେହେରା/ମାଲକାନଗିରି): ନିଜକୁ ସୁରକ୍ଷିତ ରଖି ଶତ୍ରୁକୁ କଡା ଟକ୍କର ଦେବା ପାଇଁ ସମରାଭ୍ୟାସ ଚଳାଇଛନ୍ତି ନକ୍ସଲ। ମାଲକାନାଗିରି ସୀମାନ୍ତ ଛତିଶଗଡ଼ର ବସ୍ତର ଅଞ୍ଚଳରେ ଏବେ ବହୁ ସଂଖ୍ୟାରେ ନକ୍ସଲ ଏକତ୍ରିତ ହୋଇ ସମରାଭ୍ୟାସ ଚଳାଇଥିବା ସୂଚନା ମିଳିଛି। ନିରନ୍ତର ବ୍ୟାୟାମ ସାଙ୍ଗକୁ ଅତ୍ୟାଧୁନିକ ବନ୍ଧୁକ ଚାଳନା ସେମାନେ ଶିଖୁଥିବା ଜଣାପଡିଛି। ଏଥିସହ ପୁଲିସ ଗୁଳିବିନିମୟରେ କେହି ଆହତ ହେଲେ କିପରି ସେମାନଙ୍କୁ ଉଦ୍ଧାର କରାଯାଇପାରିବ ସେ ନେଇ ସ୍ବତନ୍ତ୍ର ଟ୍ରେନିଂ ନେଉଥିବା ଜଣାଯାଇଛି। ନକ୍ସଲ ସଂଗଠନରେ ସାମିଲ ହେଉଥିବା ନୂଆ ସଦସ୍ୟମାନଙ୍କୁ ଏବେ ଏହି ତାଲିମ ବିଶେଷ ଭାବେ ପ୍ରଦାନ କରାଯାଉଛି। ସେମାନଙ୍କୁ ଉଚିତ ପ୍ରଶିକ୍ଷଣ ଦେଇ ଦଳକୁ ସୁଦୃଢ଼ କରିବାକୁ ନକ୍ସଲ ସଂଗଠନ ଏବେ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି ।
ଦଳରେ ନୂଆ କରି ସାମିଲ ହୋଇଥିବା ସଦସ୍ୟ ଜଙ୍ଗଲରେ ଦୀର୍ଘ ଦିନ ଧରି ରହିବା ଓ ପ୍ରତିକୂଳ ପରିସ୍ଥିର ସମ୍ମୁଖୀନ ହେବାରେ ଆଦୌ ଅଭ୍ୟସ୍ତ ନୁହନ୍ତି। ପୋଲିସ ବା ଯବାନଙ୍କ ସହ ଅଚାନକ ଗୁଳି ବିନିମୟ ହେଲେ ସେମାନେ ଛତ୍ରଭଙ୍ଗ ଦେଉଛନ୍ତି। ଅନ୍ୟ କେତେକ ପୁଲିସ ଗୁଳିରେ ନିହତ ହେଉଛନ୍ତି। ତେଣୁ ନୁଆ କରି ଦଳରେ ସାମିଲ ହେଉଥିବା ସଦସ୍ୟମାନଙ୍କୁ ଅତ୍ୟାଧୁନିକ ତଥା କଡା ଟ୍ରେନିଂ ଦେଇ ଲଢିବା ପାଇଁ ଯୋଗ୍ୟ କରିବାକୁ ନକ୍ସଲ ସଂଗଠନ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି । ତେଣୁ ସେମାନଙ୍କୁ ଉଚିତ ପ୍ରଶିକ୍ଷଣ ଦେଇ ଦଳକୁ ସୁଦୃଢ଼ କରିବାକୁ ନକ୍ସଲ ସଂଗଠନ ଏବେ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି । ଶିବିରରରେ ପ୍ରମୁଖ ନକ୍ସଲ ନେତାମାନେ ନୂତନ ଭାବେ ସାମିଲ ହେଉଥିବା ସଦସ୍ୟମାନଙ୍କୁ ତାଲିମ ଦେଉଥିବା ସୂଚନା ମିଳିଛି । ଏଥିରେ ଅତ୍ୟାଧୁନିକ ବନ୍ଧୁକ ଚଳାଇବା ସହ ବୋମା ଖଞ୍ଜିବାର ତାଲିମ ମଧ୍ୟ ଦିଆଯାଉଥିବା ଜଣାପଡ଼ିଛି। ଉଭୟ ମହିଳା ଓ ପୁରୁଷ ନକ୍ସଲମାନଙ୍କୁ ସମାନ ତାଲିମ ଦିଆଯାଉଥିବା ଜଣାଯାଇଛି । ତେବେ ପୂର୍ବରୁ ଜିଲ୍ଲାର ଜିଲ୍ଲାର ତୁଳସୀ ପାହାଡ଼ରେ ନକ୍ସଲ ତାଲିମ ଦିଆଯାଉଥିବା ବେଳେ ଏହି ଅଞ୍ଚଳ ଏବେ ପୁଲିସ ଏବଂ ବିଏସ୍ଏଫ୍ କବ୍ଜା କରିଥିବାରୁ ଏଠାରେ ଆଗ ଭଳି ତାଲିମ ଦିଆଯାଇ ପାରୁନାହିଁ ।

Related posts

ମର୍ମନ୍ତୁଦ ସଡକ ଦୁର୍ଘଟଣା, ୩ ମୃତ

mahabharatanews

ବଡ଼ ସଫଳତା; ବିପୁଳ ପରିମାଣର ବିସ୍ଫୋରକ ସହ ବନ୍ଧୁକ ଜବତ

mahabharatanews

ଅପରାହ୍ଣ ୪ଟା ଯାଏଁ ଗୃହ ମୁଲତବୀ

mahabharatanews