ଓଡିଶା

ରେଳ ଷ୍ଟେସନରେ ମାଓ ପୋଷ୍ଟର

(ମାଲକାନଗିରି) :ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ମାଓ ହିଂସା ।  ଲଗାତାର ଭାବେ ବ୍ୟାପକ କ୍ଷୟ କ୍ଷତି କରିବାସ ନିଜର ସ୍ତିତି ଜାହିର କରୁଥିବାର ଦେଖୀଭିବାକୁ ମିଳିଛି । ଏହି କ୍ରମରେ  ରେଳ ଷ୍ଟେସନରେ ଦେଖିବାକୁ ମିଳିଛି ନକ୍ସଲ ବ୍ୟାନର  । ନକ୍ସଲମାନେ ଆଗାମୀ ୨୮ ତାରିଖ ଠାରୁ ଅଗଷ୍ଟ ୩ ଯାଏଁ ସହିଦ ଦିବସ ପାଳନ କରିବାକୁ ଚେତାବନୀ ଦେଇଛନ୍ତି । ପଡ଼ୋଶୀ ଛତିଶଗଡ଼ର ଦନ୍ତେୱାଡ଼ା ଜିଲ୍ଲା ଭାନ୍‌ସୀ ରେଳ ଷ୍ଟେସନରେ ଏହି ବ୍ୟାନର ଝୁଲୁଛି ।

 ସୂଚନାନୁସାରେ, ନକ୍ସଲମାନେ ସାଧାରଣ ବେଶରେ ରେଳ ଷ୍ଟେସନକୁ ପହଞ୍ଚି ଥିଲେ । ରେଳ କର୍ମଚାରୀଙ୍କ ଉପସ୍ଥିତିରେ ସେମାନେ କାହାରିକୁ ଭୟ ନକରି ନକ୍ସଲ ବ୍ୟାନର ଲଗାଇଥିଲେ । ଏହା ପରେ ଜଙ୍ଗଲ ଭିତରକୁ ପୁଣି ଫେରି ଯାଇଥିଲେ । ରେଳ ଷ୍ଟେସନରେ ମୁତୟନ ଥିବା ଯବାନମାନେ ମାଓ ବ୍ୟାନରକୁ ହଟାଇ ଦେଇଛନ୍ତି ।

 

 

Related posts

ଡାକ ବିଭାଗଙ୍କ ଦ୍ୱାରା ଡାକ ସପ୍ତାହ ପାଳନ

mahabharatanews

ବାଲୁକାକଳା ମାଧ୍ୟମରେ ମୁସଲମାନ ଭାଇ ଭଉଣୀଙ୍କୁ ପବିତ୍ର ରମଜାନ ମାସର ଶୁଭେଚ୍ଛା

mahabharatanews

ନୟାଗଡ଼ ଜିଲ୍ଲାକୁ ବ୍ୟାପିଲା କରୋନା

mahabharatanews