ଓଡିଶା

 ଖୋଲିଲା ହୀରାକୁଦ୍ ଗେଟ୍,ତଳିଆ ଅଞ୍ଚଳକୁ ସତର୍କ ଜାରି 

(ହୀରାକୁଦ)  : ଖୋଲିଲା ହୀରାକୁଦ୍ ଡ୍ୟାମର ଗେଟ୍ । ଛଡ଼ାଗଲା ବର୍ଷର ପ୍ରଥମ ବନ୍ୟାଜଳ । ପୂଜାର୍ଚ୍ଚନା ପରେ ୫ ଟି ଗେଟ୍ ଖୋଲାଯାଇଛି । ଏନେଇ ତଳିଆ ଅଞ୍ଚଳକୁ ସତର୍କ କରାଇଛନ୍ତି ହୀରାକୁଦ କର୍ତ୍ତୃପକ୍ଷ ।  ମୌସୁମୀ ପ୍ରଭାବରେ ଅଧିକାଂଶ ସ୍ଥାନରେ ବର୍ଷା ଲାଗି ରହିଥିବାରୁ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି ।

ସୂଚନାନୁଯାୟୀ ,  ଏହା ବାଦ୍ ଉପରମୁଣ୍ଡରେ ବର୍ଷା ଯୋଗୁଁ ଛତିଶଗଡ଼ ଏହାର ଦୁଇଟି ଡ୍ୟାମର ଗେଟ୍ ଖୋଲିଦେଇଛି । ଫଳରେ ହୀରାକୁଦରେ ଜଳସ୍ତର ବଢିବାରେ ଲାଗିଥିଲା । ଉପରମୁଣ୍ଡରେ ପ୍ରବଳ ବର୍ଷା ଓ ଲଘୁଚାପକୁ ଦୃଷ୍ଟିରେ ରଖି ଛତିଶଗଡ଼ ସରକାର କେଲା ଓ କଲମା ଡ୍ୟାମର ସବୁ ଗେଟ୍ ଖୋଲିଦେଇଛି । ଏହା ପରେ ହୀରାକୁଦ ଡ୍ୟାମ୍ ରେ ଜଳସ୍ତର ବୃଦ୍ଧିପାଇବାରେ ଲାଗିଛି । ହୀରାକୁଦର ଜଳଧାରଣା କ୍ଷମତା ୬୩୦ ଫୁଟ ଥିବା ବେଳେ, ଏବେ ୬୨୪.08 ଫୁଟରେ ପହଞ୍ଚିଛି ଜଳସ୍ତର   ।

Related posts

କାଳବୈଶାଖୀ ସମ୍ଭାବନା : ୧୭ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି

mahabharatanews

ଫିଟିବ ପ୍ରିୟଙ୍କା ହତ୍ୟାର ଗୁମର

mahabharatanews

ଆସିଲା ସୌମ୍ୟଙ୍କ ପୋଷ୍ଟମର୍ଟମ ରିପୋର୍ଟ ,

mahabharatanews