ଓଡିଶା

ନକ୍ସଲଙ୍କ ବର୍ବର କାଣ୍ଡ : ଇନଫର୍ମର ସନ୍ଦେହରେ ଦୁଇ ଜଣଙ୍କୁ ହତ୍ୟା

(ଛତିଶଗଡ଼) : ଛତିଶଗଡ଼ର ସୁକମା ଜିଲ୍ଲାରେ ଅମାନୁଷିକ କାଣ୍ଡ କରିଛି  ମାଓବାଦୀ । ଘରୁ ଉଠାଇ ନେଇ କରିଛନ୍ତି ହତ୍ୟା । ପ୍ରଜାକୋର୍ଟରେ ଗ୍ରାମର ନାଏବ ସରପଞ୍ଚ ଏବଂ ଜଣେ ଗ୍ରାମବାସୀଙ୍କୁ ନିସ୍ତୁକ ମାଡ଼ ମାରିବା ସହ ହତ୍ୟା କରିଛନ୍ତି । ପୋଲିସ ଇନଫର୍ମର ସନ୍ଦେହରେ ମାଓବାଦୀ ମାନେ ଏପରି କାଣ୍ଡ କରିଥିବା ଜଣାପଡ଼ିଛି ।

ସୂଚନାନୁଯାୟୀ , ମୃତଦେହ ନିକଟରେ ଦକ୍ଷିଣ ବସ୍ତର ନକ୍ସଲ ସଂଗଠନ ପୋଷ୍ଟର ମଧ୍ୟ ପଡ଼ିଥିବା ଦେଖିବାକୁ ମିଳିଛି । ପୋଷ୍ଟରରେ ଦକ୍ଷିଣ ବସ୍ତର ନକ୍ସଲ ସଂଗଠନ ଏହି ହତ୍ୟାକାଣ୍ଡ ପାଇଁ ନିଜକୁ ଦାୟୀ କରିଛି । ମାଓବାଦୀମାନେ ବୁର୍ଖାପାଲ ଗାଁର ନାଏବ ସରପଞ୍ଚ ମାଡଭି ଗଙ୍ଗା ଓ ଅନ୍ୟଜଣଙ୍କୁ ଅପହରଣ କରିନେଇଥିଲେ ।  ଅଞ୍ଚଳର ଲୋକମାନେ ଏହି ଖବର ପାଇବା ମାତ୍ରେ ସେମାନଙ୍କୁ ଛାଡ଼ିଦେବାକୁ ଗଣମାଧ୍ୟମ ମାଧ୍ୟମରେ ମାଓବାଦୀମାନଙ୍କୁ ନିବେଦନ କରିଥିଲେ ।

Related posts

ରାଜନୈତିକ ଶତୃତାକୁ ନେଇ ଦୁଇ ଯୁବକଙ୍କୁ ଆକ୍ରମଣ, ଜଣେ ମୃତ, ଜଣେ ଗୁରୁତର

mahabharatanews

ନନ୍ଦନକାନନ ପ୍ରାଣୀଉଦ୍ୟାନ ଭିତରକୁ ସନ୍ଧ୍ୟା ୬ଟାପରେ ଅନୁମତି ନାହିଁ

mahabharatanews

ଆସନ୍ତା ସୋମବାର ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି

mahabharatanews