ଭାରତ

ଜୁଲାଇରେ ଲଞ୍ଚ୍‌ ହେବ ଚନ୍ଦ୍ରଯାନ-୩

(ଦିଲ୍ଲୀ) : ଜୁଲାଇ ମଧ୍ୟଭାଗରେ ଚନ୍ଦ୍ରଯାନ-୩ ଲଞ୍ଚ୍‌ ହେବ। ଏନେଇ ଇସ୍ରୋ (ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ) ଅଧ୍ୟକ୍ଷ ଏସ୍‌ ସୋମନାଥ ଆଜି ଏହି ସୂଚନା ଦେଇଛନ୍ତି। ୪ ବର୍ଷ ପୂର୍ବେ ଚନ୍ଦ୍ରଯାନ-୨ ମିସନ ବିଫଳ ହେବାପରେ ଚନ୍ଦ୍ରଯାନ-୩ ମିସନ୍‌ ଆରମ୍ଭ ହୋଇଥିଲା। ଏହା ସଫଳ ଭାବେ ଚନ୍ଦ୍ରପୃଷ୍ଠରେ ଅବସ୍ଥାପିତ ହେବ ବୋଲି ଇସ୍ରୋ ଅଧିକାରୀମାନେ ଆଶା ପୋଷଣ କରିଛନ୍ତି। ଏହି ମିସନ୍‌ ପାଇଁ ବଜେଟ୍‌ ରହିଛି ୬୧୫ କୋଟି ଟଙ୍କା।

ଏସ୍‌ ସୋମନାଥ କହିଛନ୍ତି, ଚନ୍ଦ୍ରଯାନ ୩ ମହାକାଶ ଯାନ ଏବେ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇସାରିଛି। ଆମେ ସବୁପ୍ରକାର ଟେଷ୍ଟିଂ ଶେଷ କରିଛୁ। ଜୁଲାଇ ୧୨-୧୯ ମଧ୍ୟରେ ଚନ୍ଦ୍ରଯାନ-୩ ଲଞ୍ଚ୍‌ ହେବ। ତେବେ ସମସ୍ତ ପ୍ରକାର ପରୀକ୍ଷଣ ଶେଷ ହେବାପରେ ସଠିକ୍‌ ତାରିଖ ଘୋଷଣା ହେବ ବୋଲି ଇସ୍ରୋ ମୁଖ୍ୟ କହିଛନ୍ତି। ଶ୍ରୀହରିକୋଟାର ସତୀଶ ଧାୱନ ମହାକ‌ାଶ କେନ୍ଦ୍ରରୁ ଉତ୍‌କ୍ଷେପଣ ଯାନ ମାର୍କ-୩ରେ ଚନ୍ଦ୍ରଯାନ ୩ ଲଞ୍ଚ୍‌ ହେବ।

Related posts

ବରିଷ୍ଠ ନେତା ଆଜମ ଖାଁଙ୍କୁ ୧୦ ବର୍ଷ ଜେଲ ସହ ୧୪ ଲକ୍ଷ ଟଙ୍କା ଜରିମାନା

mahabharatanews

ଆରପାରିରେ ସବୁଜ ବିପ୍ଳବର ଜନକ ଏସଏସ ସ୍ୱାମୀନାଥ 

mahabharatanews

୩୦ ବର୍ଷର ଶିକ୍ଷକତାରେ ୬୦ ଛାତ୍ରୀଙ୍କୁ ଦୁର୍ବ୍ୟବହାରର ଅବସର ପରେ ହେଲା ଖୁଲାସା

mahabharatanews