(ଭୁବନେଶ୍ୱର) : ପୁଣି ସନ୍ଧ୍ୟା ହେଲେ ଲାଗିବ ଚଳଚଞ୍ଚଳ । ଆଜି ଠାରୁ ଖୋଲିଛି ଭୁବନେଶ୍ୱର ୟୁନିଟ୍ ୨ ମାର୍କେଟ୍ । କେଭଳ ରିଟେଲ୍ ଦୋକାନ ଖୋଲିଛି । ସେଣ୍ଟ୍ରାଲ ମାର୍କେଟ ବିଲ୍ଡିଂ ସଂଘ ଓ ବିଏମସି ମଧ୍ୟରେ ଆଲୋଚନା ଜାରି ରହିଛି । କ’ଣ ପାଇଁ ଶୋ’ ରୁମ୍ ବନ୍ଦ ରହିଛି ସେନେଇ ସଂଘ ସ୍ପଷ୍ଟ କରିନାହିଁ । ଏନେଇ ବିଏମ୍ସି ପକ୍ଷରୁ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଲିଖିତ ପ୍ରତିଶ୍ରୁତି ମିଳି ନଥିବା ସୂଚନା ମିଳିଛି ।
ସୂଚନାନୁଯାୟୀ , ମାର୍କେଟ ବିଲ୍ଡିଂରୁ ଉଠା ଦୋକାନୀ ଉଚ୍ଛେଦ ଦାବିକୁ ନେଇ ସ୍ଥାୟୀ ଦୋକାନୀ ବଜାର ବନ୍ଦ ରଖିଥିଲେ । ତେଣୁ ଗତ ୧୭ ତାରିଖରୁ ୟୁନିଟ୍ ୨ ମାର୍କେଟ୍ ବନ୍ଦ ରହିଥିଲା ।