ଓଡିଶା

ଆଜିଠୁ ଆରମ୍ଭ ମାଟ୍ରିକ ପରୀକ୍ଷା

(ଭୁବନେଶ୍ୱର) : ଆଜି ଠାରୁ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା । ମାର୍ଚ୍ଚ ୪ଯାଏଁ ଚାଲିବ ପରୀକ୍ଷା । ଚଳିତ ଥର ୫ଲକ୍ଷ ୫୧ହଜାର ୬୧୧ ଛାତ୍ରଛାତ୍ରୀ ଦେବେ ପରୀକ୍ଷା । ୩ହଜାର ୪୭ଟି ସେଣ୍ଟରରେ ହେବ ମାଟ୍ରିକ ପରୀକ୍ଷା । ଦୁର୍ଗମ ଅଞ୍ଚଳର ୨୧ଟି ପୁଲିସ ଷ୍ଟେସନକୁ ନୋଡାଲ୍ ସେଣ୍ଟର କରାଯାଇଛି । ପରୀକ୍ଷା ୯ଟାରୁ ଆରମ୍ଭ ହୋଇ ୧୧ଟାରେ ଶେଷ ହେବ ।

ସୂଚନାନୁଯାୟୀ , ପିଲାମାନେ ଦେଢ ଘଣ୍ଟା ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବେ । ପରୀକ୍ଷାର୍ଥୀମାନେ ପରୀକ୍ଷା କେନ୍ଦ୍ରକୁ ଯିବା ବେଳେ ସାଙ୍ଗରେ ଆଡମିଟ୍‌ କାର୍ଡ, ବ୍ଲ୍ୟୁ ଓ ବ୍ଲାକ୍ ପେନ୍, ଓ ପେନ୍‌ସିଲ୍ ଜେମେଟ୍ରିବକ୍ସ ବକ୍ସ ନେଇ ଯିବେ । ଅନ୍ୟ ଜିନିଷ ପରୀକ୍ଷା କେନ୍ଦ୍ରକୁ ନେଇ ପାରିବେ ନାହିଁ । ଏହା ପରେ ମାର୍ଚ୍ଚ ୧୫ତାରିଖରୁ ଖାତା ଦେଖା ଆରମ୍ଭ ହୋଇ ୧୨ଦିନ ମଧ୍ୟରେ ଶେଷ ହେବ ଏବଂ ପରବର୍ତ୍ତୀ ଅନ୍ୟାନ୍ୟ ପ୍ରକ୍ରିୟା ଶେଷ ହେବା ପରେ ଫଳାଫଳ ଆସନ୍ତା ମେ’ ମାସରେ ପ୍ରକାଶ ପାଇବ ବୋଲି ସ୍ଥିର କରାଯାଇଛି ।

Related posts

ବିଦ୍ୟୁତ୍ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗି ଜଳିଗଲା ଆଲମିରା କାରଖାନା

mahabharatanews

୧୫ତମ ପାତାଳୀ ମହୋତ୍ସବ ଉଦଘାଟିତ

mahabharatanews

୧୪ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ 

mahabharatanews