ଓଡିଶା

ବାହାରିଲା ମାଟ୍ରିକ ସପ୍ଲିମେଣ୍ଟାରୀ ଫଳ 

(ଭୁବନେଶ୍ୱର) :  ବାହାରିଲା ମାଟ୍ରିକ ସପ୍ଲିମେଣ୍ଟାରୀ ରେଜଲ୍ଟ । ମାଟ୍ରିକ ସପ୍ଲିମେଣ୍ଟାରୀ ରେଜଲ୍ଟ ପ୍ରକାଶ ପାଇଛି । ମୋଟ ୧୩୧୦ ପିଲାଙ୍କ ମଧ୍ୟରୁ ୪୩୩ ଜଣ ପାସ୍‌ ହୋଇଛନ୍ତି । ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାରେ ବି ୬୭୭୮ ପରୀକ୍ଷାର୍ଥୀ ପାସ୍‌ ହୋଇଛନ୍ତି । ବୋର୍ଡ ୱେବସାଇଟରେ ଉଭୟ ରେଜଲ୍ଟ ଉପଲବ୍ଧ ହୋଇଛି ।

ସୂଚନାନୁଯାୟୀ , ଜୁଲାଇ ୩ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଆରମ୍ଭ ହୋଇଥିଲା । ସାରା ରାଜ୍ୟରେ ମୋଟ ୮୦ଟି କେନ୍ଦ୍ରରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଜୁଲାଇ ୩ରୁ ଆରମ୍ଭ ହୋଇ ୮ ତାରିଖ ପର୍ଯ୍ୟନ୍ତ ଚାଲିଥିଲା ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା। ମାଟ୍ରିକ ପରୀକ୍ଷା ସହ ଷ୍ଟେଟ ଓପନ୍‌ ସ୍କୁଲ ପରୀକ୍ଷା ମଧ୍ୟ ଚାଲିଥିଲା ।  ୮ ହଜାର ୯ ଶହରୁ ଅଧିକ ଛାତ୍ରଛାତ୍ରୀ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଦେଇଥିଲା । ସେହିପରି ମାଟ୍ରିକରେ ୧,୩୧୦ ଛାତ୍ରଛାତ୍ରୀ ସପ୍ଲିମେଣ୍ଟାରୀ ପରୀକ୍ଷା ଦେଇଥିଲେ । ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଯୁକ୍ତ ଦୁଇରେ ନାମ ଲେଖାଇ ପାରିବେ ।

Related posts

ବିଜେଡିରୁ ବିଦା ହେଲେ ରାଜେନ୍ଦ୍ର

mahabharatanews

 ‘ଉତ୍କଳ ପ୍ରସଙ୍ଗ’ ଓ ‘ଓଡ଼ିଶା ରିଭ୍ୟୁ’ର ସ୍ୱତନ୍ତ୍ର ସଂଖ୍ୟା ଉନ୍ମୋଚିତ 

mahabharatanews

ଆଜିଠୁ ହାଇକୋର୍ଟରେ ଗ୍ରୀଷ୍ମ ଛୁଟି

mahabharatanews