ଓଡିଶା

ନଭେମ୍ବର ୧ରୁ ମହଙ୍ଗା ହେବ କ୍ଷୀର, ଲିଟର ପିଛା ବଢ଼ିବ ୮ ଟଙ୍କା

ପୁଣି ମହଙ୍ଗା ମାଡ଼ରେ ଘାଣ୍ଟି ହେବେ ସାଧାରଣ ଲୋକ। ନଭେମ୍ବର ୧ରୁ ବଢ଼ିବ ନନ୍ଦିନୀ କ୍ଷୀରର ଦର। କର୍ଣ୍ଣାଟକ ସରକାର କ୍ଷୀରର ଲିଟର ପିଛା ମୂଲ୍ୟ ୮ ଟଙ୍କା ବୃଦ୍ଧିକୁ ଅନୁମୋଦନ କରିଛନ୍ତି। ଅକ୍ଟୋବର ୨୯ରେ ଏହି ନିଷ୍ପତ୍ତି ନିଆଯାଇଥିବା ନେଇ ମନ୍ତ୍ରୀ କୃଷ୍ଣା ବାୟରେ ଗୌଡ଼ା ସୂଚନା ଦେଇଛନ୍ତି।

ବର୍ଦ୍ଧିତ ୮ ଟଙ୍କା ମଧ୍ୟରୁ ୭ ଟଙ୍କା କ୍ଷୀର ଉତ୍ପାଦକ ଚାଷୀଙ୍କୁ ମିଳିବାକୁ ଥିବାବେଳେ ଗୋଟିଏ ଟଙ୍କା ଦୁଗ୍ଧ ସମବାୟ ସମିତିଗୁଡ଼ିକୁ ଦିଆଯିବ। ଦୀର୍ଘଦିନ ଧରି ଚାଷୀମାନେ କ୍ଷୀର ଦର ବୃଦ୍ଧି ଦାବି କରିଆସୁଥିଲେ। ଏନେଇ ଚାଷୀମାନେ ଆନ୍ଦୋଳନ କରିବା ସହ ଦୁଗ୍ଧ ସମବାୟ ସମିତିଗୁଡ଼ିକ ମଧ୍ୟ ସରକାରଙ୍କ ଉପରେ ଚାପ ପକାଇଥିଲେ।

ଚାଷୀମାନେ ଲିଟର ପିଛା ୧୦ ଟଙ୍କା ବୃଦ୍ଧି ଦାବି କରିଥିଲେ ମଧ୍ୟ ସରକାର ୮ ଟଙ୍କା ବୃଦ୍ଧିକୁ ମଞ୍ଜୁରୀ ଦେଇଛନ୍ତି। ନୂଆ ନିଷ୍ପତ୍ତି ଅନୁଯାୟୀ, ଚାଷୀମାନେ ବର୍ତ୍ତମାନର ପ୍ରାୟ ୩୫ ଟଙ୍କା ବଦଳରେ ଲିଟର ପିଛା ୪୨ ଟଙ୍କା ପାଇବେ। ଏହା ସହ ସରକାରଙ୍କ ପକ୍ଷରୁ ମିଳୁଥିବା ୫ ଟଙ୍କାର ପ୍ରୋତ୍ସାହନ ରାଶି ଜାରି ରହିବ। ଫଳରେ ପ୍ରୋତ୍ସାହନ ରାଶିକୁ ମିଶାଇ ଚାଷୀଙ୍କୁ ଲିଟର ପିଛା ମୋଟ ୪୭ ଟଙ୍କା ମିଳିବ। ଏହାଦ୍ୱାରା ଲକ୍ଷ ଲକ୍ଷ ଦୁଗ୍ଧ ଉତ୍ପାଦକ ଚାଷୀ ପରିବାର ଉପକୃତ ହେବେ ବୋଲି ସରକାର ଆଶା ରଖିଛନ୍ତି।

Related posts

 ଶେଷ ଦିନରେ କଟକ ଐତିହାସିକ ବାଲିଯାତ୍ରା 

mahabharatanews

ଶପଥ ପରେ ପ୍ରଥମେ ବିଜୁଳି ବିଲ ଛାଡ଼ କରିବେ ନବୀନ

mahabharatanews

ଦଣ୍ଡକାରଣ୍ୟକୁ ନେଇ ସ୍ବତନ୍ତ୍ର କେନ୍ଦ୍ର ଶାସିତ ଅଞ୍ଚଳ ଗଠନ ଲାଗି ସଭା

mahabharatanews