ଅପରାଧ

ହାତୀନଦୀରେ ବୁଡି ନାବାଳିକାର ମୃତ୍ୟୁ

(ଗୋଲାପ ସାହୁ/କଳାହାଣ୍ଡି): କଳାହାଣ୍ଡି ଜିଲ୍ଲା ବାଲିଛଡା ଗାଁର ଜଣେ ୮ ବର୍ଷର ନାବାଳିକାର ହାତିନଦୀରେ ବୁଡି ମୃତ୍ୟୁ ହୋଇଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ସୂଚନା ଅନୁସାରେ, ବାଲିଛଡା ଗାଁର ଉମାକାନ୍ତ ଦୁର୍ଗାଙ୍କର ଝିଅ ରୁଲି ଦୁର୍ଗା ଅନ୍ୟମାନଙ୍କ ସହ ଗାଁକୁ ଲାଗି ରହିଥିବା ହାତୀନଦୀକୁ ଗାଧୋଇବା ପାଇଁ ଯାଇଥିଲେ । ସେଠାରେ ଗାଧୋଉଥିବା ବେଳେ ନଦୀ ସ୍ରୋତରେ ଅଚାନକ ଭାବେ ଭାସି ଯାଇଥିଲେ । ରୁଲିକୁ ପାଖରେ ଦେଖି ନପାରି କିଛି ଲୋକେ ତାଙ୍କୁ ଖୋଜିବା ପାଇଁ ପାଣି ଭିତରକୁ ଡେଇଁ ପଡିଥିଲେ । ପ୍ରାୟ ୧୫ ମିନିଟ ଖୋଜାଖୋଜି କରିବା ପରେ ଝିଅକୁ ପାଣି ଭିତରୁ ଉଦ୍ଧାର କରି କଲମପୁର ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଶବ ବ୍ୟବଚ୍ଛେଦ ପାଇଁ ପୋଲିସ ମର ଶରୀରକୁ ଜୟପାଟଣା ପଠାଇଛି । ନାବାଳିକାର ମୃତ୍ୟୁକୁ ନେଇ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

 

Related posts

ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ଅଭିଯୋଗରେ ଦୁର୍ଦ୍ଧାନ୍ତ ଅପରାଧୀ ଗିରଫ

mahabharatanews

ସମ୍ପତ୍ତି ପାଇଁ ବାପାକୁ ମାରିବାକୁ ଧମକ ଦେଲା ପୁଅ

mahabharatanews

 ଫେସବୁକ ଆକାଉଣ୍ଟରେ ଅଶ୍ଳୀଳ ଫଟୋ ସେୟାର କରୁଥିଲା ପଡିଶା ଘର ଝିଅ

mahabharatanews