ଅପରାଧ

ମାହାଙ୍ଗା ଡବଲ ମର୍ଡର ଘଟଣାରେ ୪ ଜଣଙ୍କୁ  ପଚରାଉଚରା

ମାହାଙ୍ଗା: ମାହାଙ୍ଗାରେ ଡବଲ୍‌ ମର୍ଡର ଘଟଣାରେ ମାହାଙ୍ଗା ପୋଲିସ ୪ ଜଣଙ୍କୁ ଅଟକ ରଖିଛି । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ସମେତ ୪ ଜଣଙ୍କୁ ଅଜ୍ଞାତ ସ୍ଥାନରେ ରଖି ପୋଲିସର ପଚରାଉଚରା ଜାରି ଥିବା ସୂଚନା ରହିଛି । ଗତ ୧ ତାରିଖରେ ଜଣେ ବିଜେପି ନେତା ଓ ତାଙ୍କ ସହଯୋଗୀଙ୍କୁ ହତ୍ୟା କରାଯାଇଥିଲା ।
ସାଲେପୁର ବିଜେପି ପ୍ରଭାରୀ ତଥା ପୂର୍ବତନ ମାହାଙ୍ଗା ବ୍ଲକ ଅଧ୍ୟକ୍ଷ କୁଳମଣୀ ବରାଳଙ୍କୁ ସଂଘବଦ୍ଧ ହୋଇ ହତ୍ୟା କରାଯାଇଥିବା ବେଳେ ତାଙ୍କ ସହଯୋଗୀ ପଚା ରାଉଳଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିଲା। ଗୁରୁତର ଅବସ୍ଥାରେ ପଚାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ପଚାଙ୍କର ମୃତ୍ୟୁ ହୋଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଭୁଶୁଡି ପଡିଥିବା ସହ ରାଜନୈତିକ ହିଂସା ବୃଦ୍ଧି ପାଇଥିବା ଅଭିଯୋଗ କରିଥିଲା ବିଜେପି । ମୃତ୍ୟୁ ହତ୍ୟା ଘଟଣା ପରେ ଏବେ ବିଜେପି ଏହି ଘଟଣାକୁ ନେଇ ରାଜ୍ୟ ସରକାରକୁ ଘେରିବାକୁ ରଣନୀତି ପ୍ରସ୍ତୁତ କରୁଛି । ବିଜେପିର ସମସ୍ତ ନେତା ଏହି ଘଟଣାକୁ ନିନ୍ଦା କରିବା ସହ ଘଟଣାରେ ସମ୍ପୃକ୍ତ ମନ୍ତ୍ରୀ ପ୍ରତାପ ଜେନାଙ୍କ ଇସ୍ତଫା ଦାବି କରିବା ସହ ତାଙ୍କୁ ତଦନ୍ତପରିସରଭୁକ୍ତ କରିବାକୁ ଦାବି କରୁଛି ।

 

Related posts

୫ କିଲୋ ଆଳୁ ମାଗି ନିଲମ୍ବିତ ହେଲେ ପୋଲିସ ବାବୁ

mahabharatanews

ଜୟପାଟଣା ପୋଲିସ ଦ୍ଵାରା ବିପୁଳ ପରିମାଣର ମଦ ଜବତ

mahabharatanews

  ଠକ ବାପା ପୁଅ ଗିରଫ

mahabharatanews