ଅପରାଧ

ରାସ୍ତା କଡରୁ ଉଲଗ୍ନ ନାବାଳିକା ଉଦ୍ଧାର, ଦୁଷ୍କର୍ମ ସନ୍ଦେହ

କରଞ୍ଜିଆ: ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅଧୀନ ଚଢେଇଭୋଳ ନିକଟରେ ଜଣେ ନାବାଳିକ ମୁର୍ମୂଷ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି । ନାବାଳିକାର ସ୍ଥିତି ଗୁରୁତର ରହିଛି ଓ ସେ ନିଜ ପରିଚୟ, ଠିକଣା କହିବାକୁ ମଧ୍ୟ ଅକ୍ଷମ । ତାଙ୍କକ ସ୍ଥିତିକୁ ଦେଖି ତାଙ୍କୁ କରଞ୍ଜିଆ ମେଡିକାଲରୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି।
ଆଜି ସକାଳୁ ଚଢ଼େଇଭୋଳ ନିକଟ ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ନିକଟରେ ଜଣେ ୭-୮ ବର୍ଷର ନାବାଳିକା ଉଲଗ୍ନ ହୋଇ ପଡିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଏହା ପରେ ପୁଲିସକୁ ଖବର ଦିଆଯାଇଥିଲା । ପୁଲିସ ନାବାଳିକାଙ୍କୁ ପ୍ରଥମେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା । କିନ୍ତୁ ତାଙ୍କ ସ୍ଥିତି ଗମ୍ଭୀର ଥିବାରୁ ପ୍ରାଥମିକ ଚିକିତ୍ସା ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ପୁଲିସ ଘଟଣାର ତଦନ୍ତ ଚଳାଇଛି । ନାବାଳିକାର ଅବସ୍ଥା ଦେଖି ଜଣାପଡୁଛି, କେହି ଦୁର୍ବୃତ୍ତ ନାବାଳିକା ସହ ଦୁଷ୍କର୍ମ କରିବା ପରେ ସେଠାରେ ପକାଇ ଚାଲିଯାଇଛି । ତେବେ ନାବାଳିକାର ବେକରେ ଦାଗ ଦେଖିବାକୁ ମିଳିଛି । ସ୍ଥାନୀୟ ଲୋକଙ୍କ ଅନୁମ।।ନ, ଦୁଷ୍କର୍ମ ପରେ ନାବାଳିକାକୁ ହତ୍ୟା କରିବାକୁ ବେକ ଚପା ଯାଇଛି । ହୁଏତ ସେ ବେହୋସ ହୋଇ ପଡିବା ପରେ ତାକୁ ମୃତ ଭାବି ଦୁର୍ବୃତ୍ତ ସେଠାରୁ ଫେରାର ହୋଇ ଯାଇଛି । ମୟୂରଭଞ୍ଜ ଏସପି ମେଡିକାଲରେ ପହଞ୍ଚି ନାବାଳିକା ସ୍ଥିତି ପଚାରି ବୁଝିଛନ୍ତି ।

Related posts

ଚାଷୀଙ୍କୁ ପାୱାର ଟିଲର ଯୋଗାଇ ଦେବା ନାଁରେ ଠକେଇ, ଦୋକାନ ମାଲିକ ଫେରାର

mahabharatanews

ଯୌତୁକ ପାଇଁ ବଧୂ ହତ୍ୟା: ସ୍ୱାମୀ ଓ ଶାଶୁ ଗିରଫ

mahabharatanews

୧୫ ଲକ୍ଷ ଟଙ୍କାର ଧଳା ଜହର ଜବତ ! ଦୁଇ ଗିରଫ

mahabharatanews