ଅପରାଧ

ଫେରାର ଆଇଆଇସିଙ୍କ ଭିଜିଲାନ୍ସ କୋର୍ଟରେ ଆତ୍ମସମର୍ପଣ

ବାଲେଶ୍ୱର: ଫେରାର ଆଇଆଇସିଙ୍କ ଆତ୍ମସମର୍ପଣ । ଫେରାର ହେବାର ୭ ମାସ ପରେ ଭିଜିଲାନ୍ସ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି ବାଲେଶ୍ୱର ଟାଉନ୍ ଥାନାର ତତ୍କାଳୀନ ଆଇଆଇସି ସରୋଜିନୀ ନାଏକ। ଏକ ଜାଗାବାଡି ମାମଲାର ରଫାଦଫା କରିବାକୁ ସେ ଲାଞ୍ଚ ନେଇଥିବା ଅଭିଯୋଗ ହୋଇଥିଲା । ଏହାପରେ ଗତ ଜୁଲାଇରେ ସରୋଜିନୀଙ୍କ ନାଁରେ ଭିଜିଲାନ୍ସ ପକ୍ଷରୁ ଏକ ମାମଲା ରୁଜୁ ହୋଇଥିଲା । କିନ୍ତୁ ଭିଜିଲାନ୍ସ ତାଙ୍କୁ ଧରିବା ପୂର୍ବରୁ ସେ ଫେରାର ହୋଇଯାଇଥିଲେ ।
ଗତ ଜୁଲାଇରେ ଏକ ଜାଗାବାଡି ମାମଲାର ସମାଧାନ ପାଇଁ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବାଲେଶ୍ୱର ଟାଉନ ଥାନାର ତତ୍‌କାଳୀନ ସବ୍‌ ଇନ୍ସପେକ୍ଟର ବିମଳ କର ଓ ଜଣେ ଦଲାଲ ଗିରଫ ହୋଇଥିଲେ । ଏହି ଗିରଫଦାରୀ ପରେ ଥାନା ଆଇଆଇସି ସରୋଜିନୀ ନାୟକଙ୍କ ସମ୍ପୃକ୍ତ ଥିବା ଜଣାପଡିବା ପରେ ଭିଜିଲାନ୍ସ ତାଙ୍କ ନାମରେ ମାମଲା ରୁଜୁ କରିଥିଲେ । କିନ୍ତୁ ସେ ଫେରାର ହୋଇଯାଇଥିଲେ । ଘଟଣାକୁ ୭ ମାସ ବିତିଯାଇଥିବା ବେଳେ ଆଜି ସରୋଜିନୀ ଭିଜିଲାନ୍ସ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି।

 

Order Without Prescription. Propecia Oder Proscar. viagrasansordonnancefr.com Buy Generic.

Related posts

ସୀମା ପାର କରି ଭାରତୀୟ ଅଞ୍ଚଳରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ ପାକିସ୍ତାନୀ ରେଞ୍ଜର

mahabharatanews

ନକ୍ସଲଙ୍କ ଚ୍ୟାଲେଞ୍ଜ: ଠିକାଦାରଙ୍କୁ ହତ୍ୟା, ବାହନ ପୋଡି

mahabharatanews

କୋଭିଡ-୧୯ ଗାଇଡଲାଇନ୍ ଉଲ୍ଲଙ୍ଘନ: ବ୍ଲୁ ହ୍ୱିଲ ହସ୍ପିଟାଲରେ ତାଲା

mahabharatanews