ମିଳିଲା ନିଖୋଜ ପର୍ଯ୍ୟଟକଙ୍କ ମୃତ୍ୟୁ ଶରୀର । କାଳବୈଶାଖୀ ପ୍ରଭାବରେ ମହେନ୍ଦ୍ରଗିରିରେ ନିଖୋଜ ପର୍ଯ୍ୟଟକଙ୍କ ଶରୀର ଉଦ୍ଧାର ହୋଇଛି । ସୂଚନା ଅନୁଯାଇ, କଟକ ନିଆଳି ଅଞ୍ଚଳରୁ ୪ଜଣ ପର୍ଯ୍ୟଟକ ଗତକାଲି ଗଜପତି ଜିଲ୍ଲା ମହେନ୍ଦ୍ରଗିରି ବୁଲିବାକୁ ଯାଇଥିଲେ । ହଠାତ୍ କାଳବୈଶାଖୀ ବର୍ଷା ଓ ପବନ ମାଡିଆସିଥିଲା । ଯାହାଫଳରେ ସମସ୍ତ ପର୍ଯ୍ୟଟକ ପାହାଡ଼ରେ ଫସିଯାଇଥଲେ । ସେମାନଙ୍କ ମଧ୍ୟରୁ ୩ ଜଣ ଉଦ୍ଧାର କରାଯାଇଥିବା ବେଳେ ଗତକାଲିଠୁ ଜଣେ ନିଖୋଜ ଥିଲେ । ଖବର ପାଇ ପୁଲିସ ଓ ବନବିଭାଗ ଟିମ୍ ସାରା ରାତି ସର୍ଚ୍ଚ ଅପରେସନ ଚଳାଇଥିଲେ । ଆଜି ନିଖୋଜ ଥିବା ପର୍ଯ୍ୟଟକ ବିନୋଦ ଜେନାଙ୍କ ମର ଶରୀର ଉଦ୍ଧାର କରାଯାଇଛି ।
previous post
next post
