ମନୋରଞ୍ଜନ

ଖିଲାଡୀ ବୟଙ୍କ ଚଳଚ୍ଚିତ୍ର ‘ମିଶନ ରାନିଗଞ୍ଜ’ର ଟ୍ରେଲର ରିଲିଜ 

(ମୁମ୍ବାଇ) :  ରିଲିଜ ହେଲା ଅକ୍ଷୟ କୁମାରଙ୍କ ଆଗାମୀ ଚଳଚ୍ଚିତ୍ର ‘ମିଶନ ରାନିଗଞ୍ଜ’ର ଟ୍ରେଲର । ଏହି ଦମଦାର ଟ୍ରେଲରଟି ରିଲିଜ୍ ପରେ ପୁଣି ଚର୍ଚ୍ଚାରେ ଅକ୍ଷୟ କୁମାର । ଟ୍ରେଲରରେ ଦର୍ଶାଯାଇଛି ଯେ ସର୍ଦ୍ଦାର ଜସୱନ୍ତ ସିଂ କିପରି ନିଜ ଜୀବନକୁ ବିପଦରେ ପକାଇ ଅନେକ ଶ୍ରମିକଙ୍କ ଜୀବନ ରକ୍ଷା କରିଛନ୍ତି। ଚଳଚ୍ଚିତ୍ରର ଟ୍ରେଲର ଏକ ସିନେମାଟିକ୍ ଟ୍ରିଟ୍ ଏବଂ ଏହା ଖୁବ୍ ଡିଫରେଣ୍ଟ ଯାହା ଦର୍ଶକଙ୍କୁ ଆକର୍ଷିତ କରୁଛି । ଚଳିତ ବର୍ଷ ଅକ୍ଟୋବର ୬ରେ ଏହି ସିନେମା ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ।



ସୂଚନାନୁଯାୟୀ, ଏହି ଚଳଚ୍ଚିତ୍ରର କାହାଣୀ ୧୯୯୮ ବର୍ଷର, ଯେତେବେଳେ ପଶ୍ଚିମବଙ୍ଗର ରାନିଗଞ୍ଜର କୋଇଲା ଖଣିରେ ଏକ ବଡ଼ ଘଟଣା ଘଟିଥିଲା । ଏହି ଦୁର୍ଘଟଣା ସମଗ୍ର ଦେଶକୁ ଥରାଇ ଦେଇଥିଲା । ତା’ ପରେ ଇଞ୍ଜିନିୟର ଜସୱନ୍ତ ସିଂ ଗିଲ ଏକା ନିଜ ବୁଦ୍ଧି ଘଟାଇ ୬୫  ଜଣଙ୍କ ଜୀବନ ରକ୍ଷା କରିବାରେ ସଫଳ ହୋଇଥିଲେ ।ଏହି ଚଳଚ୍ଚିତ୍ରରେ ଜସୱନ୍ତ ସିଂ ଗିଲ ଭୂମିକାରେ ଅକ୍ଷୟ କୁମାରଙ୍କୁ ଦେଖିବା ପାଇଁ ମିଳୁଛି । ତାଙ୍କ ଏଣ୍ଟ୍ରି ଖୁବ ରୋମାଞ୍ଚକ ଏବଂ ପ୍ରଭାବଶାଳୀ ।

Related posts

ସୁଟିଂ ବେଳେ ବାଲକୋନିରୁ ପଡି ଆଖି ବୁଜିଲେ ଅଖିଳ ମିଶ୍ରା 

mahabharatanews

 OTTରେ ‘ଶୈତାନ’

mahabharatanews

ଆରପାରିରେ ପ୍ରସିଦ୍ଧ ଅଭିନେତ୍ରୀ ସୀମା ଦେଓ

mahabharatanews