ପାଟନା: ବିହାରର ଜେଡିୟୁ ବିଧାୟକ ନରେନ୍ଦ୍ର କୁମାର ନୀରଜଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଟ୍ରେନରେ ଯାତ୍ରା କରୁଥିବା ବେଳେ ବିଧାୟକ ଗଞ୍ଜି ଓ ଚଡି ପିନ୍ଧି ଟ୍ରେନରେ ଟହଲ ମାରୁଥିଲେ । ଏହାକୁ ନେଇ ଟ୍ରେନଯାତ୍ରୀଙ୍କ ମଧ୍ୟରେ ଉତେଜନା ପ୍ରକାଶ ପାଇଥିଲା । ଯାତ୍ରୀମାନେ ବିଧାୟକଙ୍କ ଏପରି ନିର୍ଲଜ ଆଚରଣକୁ ବିରୋଧ କରିବାରୁ ବିଧାୟକ ଓଲଟି ସେମାନଙ୍କ ଉପରେ ଦେଖାଇଥିଲେ ନିଜ ରୋପ ।
ବିହାର ଭାଗଲପୁରର ଗୋପାଳପୁର ନିର୍ବାଚନ ମଣ୍ଡଳିର ବିଧାୟକ ହେଉଛନ୍ତି ନରେନ୍ଦ୍ର ନୀରଜ । ଗୁରୁବାର ରାତିରେ ପାଟନା ନୂଆଦିଲ୍ଲୀ ତେଜସ ରାଜଧାନୀ ଏକ୍ସପ୍ରେସଏ-୧ କୋଚରେ ଯାତ୍ରା କରିବା ବେଳେ ଗଞ୍ଜି, ଚଡ୍ଡି ପିନ୍ଧି ବଗିରେ ବୁଲୁଥିଲେ । ଯାତ୍ରୀ ଏହ।।କୁ ବିରୋଧ କରିଥିଲେ । ଯାତ୍ରୀଙ୍କ ବିରୋଧରେ ଲଜ୍ଜିତ ହେବା ବଦଳରେ ବିଧାୟକ ସେମାନଙ୍କ ସହ ପାଟିତୁଣ୍ଡ କରିଥିଲେ । ସ୍ଥିତି ଏମିତି ବିଗିଡି ଯାଇଥିଲା କି ଜିଆରପି ପୁଲିସ ଏଥିରେ ହସ୍ତକ୍ଷେପ କରିଥିଲା ।
ଯାତ୍ରୀଙ୍କ ଅନୁଯାୟୀ, ସେ ବିଧାୟକଙ୍କୁ ଜାଣି ନ ଥିଲେ। କିନ୍ତୁ ଏପରି ପୋଷାକରେ ବଗିରେ ବୁଲିବାରୁ ସେ ତାଙ୍କୁ ବାରଣ କରିଥିଲେ । ଫଳରେ ଉତକ୍ଷିପ୍ତ ହୋଇ ବିଧାୟକ ଯାତ୍ରୀଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରିଥିଲେ । ଏନେଇ ଯାତ୍ରୀ ଜଣକ ଜିଆରପିରେ ଅଭିଯୋଗ କରିଥିଲେ ।
ବିଧାୟକ ସର୍ବଦା କିଛି ନା କିଛି କାମ ପାଇଁ ଚର୍ଚ୍ଚାରେ ରହିଆସିଛନ୍ତି । ନିକଟରେ ସେ ଉପମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଅର୍ଥ ହଡପର ବୟ।।ନ ଦେଇ ଚର୍ଚ୍ଚାକୁ ଆସିଥିଲେ । ସେହିପରି ଏକ ପ୍ରେସ କନ୍ଫରେନ୍ସରେ ଉପମୁଖ୍ୟମନ୍ତ୍ରୀଙ୍କୁ ଆଇ ଲଭ ୟୁ କହି ମଧ୍ୟ ଚର୍ଚ୍ଚାର ସରବ୍ୟ ହୋଇଥିଲେ।
