ଓଡିଶା

ଗଞ୍ଜାମ, ସମ୍ବଲପୁର, ଝାରସୁଗୁଡ଼ାରେ ଚାଲିବ ‘ମୋ ବସ’

(ଭୁବନେଶ୍ୱର) : ଆଉ ୩ ସହରରେ ଉନ୍ନତ ବସ୍ ସେବା ଯୋଗାଇବା ପାଇଁ ଆଉ ତିିନିଟି ଜିଲ୍ଲା ଯଥା ଗଞ୍ଜାମ, ସମ୍ବଲପୁର, ଝାରସୁଗୁଡ଼ାର ୯ଟି ସହରାଞ୍ଚଳରେ ମୋ ବସ୍‌ ସେବା ଆରମ୍ଭ ହେବ।

ସୂଚନାନୁଯାୟୀ, ନଗର ଉନ୍ନୟନ ବିଭାଗର ଏହି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି ବୋଲି ନଗର ଉନ୍ନୟନ ବିଭାଗର ସ୍ବତନ୍ତ୍ର ସଚିବ ସାଗରିକା ପଟ୍ଟନାୟକ ସୂଚନା ଦେଇଛନ୍ତି। ସମ୍ବଲପୁର-ଝାରସୁଗୁଡ଼ା- ବ୍ରଜରାଜନଗର-ବେଲପାହଡ଼ କ୍ଲଷ୍ଟର ଏବଂ ବ୍ରହ୍ମପୁର-ଗୋପାଳପୁର-ଛତ୍ରପୁର-ହିଞ୍ଜିଳିକାଟୁ-ଦିଗପହଣ୍ଡି କ୍ଲଷ୍ଟରରେ ମୋ ବସ୍‌ ଚଳାଚଳ କରିବ। ଏହି ସମ୍ପ୍ରସାରଣ ଦ୍ବାରା ୩ଟି ଜିଲ୍ଲାର ପ୍ରାୟ ୧୧,୬୧,୦୦୦ ସହରାଞ୍ଚଳ ବାସିନ୍ଦା ଉପକୃତ ହେବେ।

Related posts

ଲକଡାଉନକୁ ଅବମାନନା କରି ନିଲମ୍ବିତ

mahabharatanews

ଲକ ଡାଉନରେ ମତ୍ସଜୀବୀ ପ୍ରଭାବିତ: ଭୋକ ଉପାସରେ କାଟୁଛନ୍ତି ଦିନ

mahabharatanews

ମଞ୍ଜୁର ହେଉଛି ଘର କିନ୍ତୁ ସମ୍ପୂର୍ଣ୍ଣ ହେଉନି କାମ

mahabharatanews