(ଭୁବନେଶ୍ୱର) : ଅଞ୍ଜନାଙ୍କୁ ପାଣ୍ଡିଆନ୍ଙ୍କ ମୋବାଇଲ ଉପହାର ଜିଲ୍ଲା ଗସ୍ତ କାଳରେ ଲଖନପୁର ବ୍ଲକ ବିଳାପାଲିଠାରେ ଥିବା ମହିମା ଡିଗ୍ରୀ ମହାବିଦ୍ୟାଳୟ ର ଛାତ୍ରୀ ଅଞ୍ଜନା ଗୌଡ଼ 5T ସଚିବ ଙ୍କୁ ପାଖରୁ ଦେଖି ଭାବପ୍ରବଣ ହୋଇ କାନ୍ଦି ପକାଇଥିଲେ । ଚକଲେଟ ଓ ଅଟୋଗ୍ରାଫ ଦେଇ ଛାତ୍ରୀ ଙ୍କୁ ସାନ୍ତ୍ୱନା ଦେଇଥିଲେ ସଚିବ ଏତିକିରି ରହିନଥିଲା ଏ ଘଟଣା । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫୋନ କଲ୍ ଆସିଲା । ଅଞ୍ଜନାଙ୍କ ସହ କଥାବାର୍ତ୍ତା ହେଲେ ଶ୍ରୀ ପାଣ୍ଡିଆନ । ଆଉ ପରଦିନ ଝାରସୁଗୁଡ଼ାକୁ ଡାକି ଜିଲ୍ଲାପାଳ ୫-ଟି ସଚିବଙ୍କଠାରୁ ଆସିଥିବା ଏକ ମୋବାଇଲ ଫୋନ୍ ଅଞ୍ଜନାଙ୍କୁ ଉପହାର ଦେଇଛନ୍ତି ।
ସୂଚନାନୁଯାୟୀ , ଗତ ୨୦ତାରିଖରେ ୫ଟି ସଚିବ ଙ୍କ ଝାରସୁଗୁଡା ଗସ୍ତ ସମୟ ରେ ଭିଡ଼ ଭିତରେ ଏ ଘଟଣା ତାଙ୍କୁ କିଛି ସମୟ ପାଇଁ ଅଟକାଇଦେଇଥିଲା । ଅଞ୍ଜନା ଙ୍କ ପାଖରେ ଯେତବେଳେ ୫ଟି ସଚିବ ପଂହଁଚି ଥିଲେ ଅଞ୍ଜନା କାନ୍ଦି ଉଠିଥିଲେ । କାହିଁକି କାନ୍ଦୁଛ ବୋଲି ପାଣ୍ଡିଆନ ତାଙ୍କୁ ପଚାରିଥିଲେ । ଆଉ ଛାତ୍ରୀ ଙ୍କ ଉତ୍ତର ଥିଲା ଇନଷ୍ଟାଗ୍ରାମରେ ମୁଁ ଆପଣ ଙ୍କୁ ଫଲୋ କରେ । ଆପଣଙ୍କ କାର୍ଯ୍ୟଶୈଳୀରେ ମୁଁ ତା ପ୍ରଭାବିତ । ଅଞ୍ଜନା ଙ୍କୁ ଦେଇଥିବା ଅଟୋଗ୍ରାଫ ରେ ପାଣ୍ଡିଆନ ‘ଜୟ ଜଗନ୍ନାଥ, ଅଲ୍ ଦ ବେଷ୍ଟ ବୋଲି ଲେଖିଥିଲେ । ଯୁକ୍ତ ୨ରେ ପଢ଼ିଲାବେଳେ ରାଜନୀତି ବିଜ୍ଞାନ ଅଧ୍ୟାପକ ଥିରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ କିଏ ବୋଲି ପ୍ରଶ୍ନ କରିଥିଲେ । ଆଜି ଜିଲ୍ଲାପାଳଙ୍କ ଠାରୁ ଉପହାର ଗ୍ରହଣ କରିବା ପରେ ଅଞ୍ଜନା ଏଭଳି ପ୍ରତିକ୍ରିୟା ରଖିଥିଲେ । ଅଞ୍ଜନା ଭିକମପାଇଁ ପଞ୍ଚାୟତର ଚିଖିଲାପାଲିରେ ରହନ୍ତି ।