ଭାରତ

 ୧୪୧ତମ ଅନ୍ତର୍ଜାତୀୟ ଅଲିମ୍ପିକ୍ସ; ମୁମ୍ବାଇରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ  

(ମହାରାଷ୍ଟ୍ର) :  ୧୪୧ତମ ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ଅଧିବେଶନକୁ ଉଦଘାଟନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମୁମ୍ବାଇରେ ପହଞ୍ଚିଛନ୍ତି। ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଡିସିଏମ ଦେବେନ୍ଦ୍ର ଫଡନାଭିସ୍ ମୁମ୍ବାଇ ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସ୍ୱାଗତ କରିଥିଲେ।

ସୂଚନାନୁଯାୟୀ, ଆଇଓସି ଅଧିବେଶନରେ ଅଲିମ୍ପିକ୍ କ୍ରୀଡ଼ାର ଭବିଷ୍ୟତ କୁ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥାଏ। ଉଦଘାଟନୀ ସମାରୋହ ପରେ ମଙ୍ଗଳବାର ଅର୍ଥାତ ଅକ୍ଟୋବର ୧୭ ପର୍ଯ୍ୟନ୍ତ ଅଧିବେଶନ ଅନୁଷ୍ଠିତ ହେବ। ଏଥିନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମୁମ୍ବାଇରେ ପହଞ୍ଚିଛନ୍ତି।

Related posts

ଆଫଗାନିସ୍ତାନରେ ଭୂକମ୍ପ ଜନିତ ମୃତ୍ୟୁ ସଂଖ୍ୟା ୨୦୦୦କୁ ବୃଦ୍ଧି

mahabharatanews

ସମୁଦ୍ରଯାନ ଲଞ୍ଚ କରିବ ଇସ୍ରୋ 

mahabharatanews

 ଶିବରାଜ ସିଂ ଚୌହାନଙ୍କ ରୋଡ ଶୋ’ 

mahabharatanews