ଓଡିଶା

ରଥ ପ୍ରସଙ୍ଗରେ ପୁନର୍ବିଚାର ପାଇଁ ସୁପ୍ରିମ କୋର୍ଟରେ ଆବେଦନ

ଭୁବନେଶ୍ବର: ଗତକାଲି ସୁପ୍ରିମ କୋର୍ଟ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ନ କରିବାକୁ ନିର୍ଦ୍ଦେଶ ଦେବା ପରେ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ, କ୍ଷୋଭ ଦେଖିବାକୁ ମିଳିଛି । ପୁରୀକୁ ବହିରାଗତଙ୍କ ପ୍ରବେଶ ବନ୍ଦ କରାଯାଇ ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ସେବାୟତ, ପୁଲିସ ପ୍ରଶାସନ ଦ୍ୱାରା ରଥ ଟଣାଯିବାକୁ ଭକ୍ତ ଦାବି କରୁଥିବା ବେଳେ ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କୁ ରାୟର ପୁର୍ନବିଚାର ପାଇଁ ଆବେଦନ ହୋଇଛି । ବିନା ଭକ୍ତରେ ରଥଯାତ୍ରା ଲାଗି ଅନୁମତି ଦେବା ଲାଗି ଆବେଦନ କରିଛନ୍ତି ଆଇନଜୀବୀ ପ୍ରଣୟ କୁମାର ମହାପାତ୍ର ।
ପୁରୀ ସହରକୁ ସଟଡାଉନ୍ କରି କେବଳ ସେବାୟତମାନଙ୍କ ଦ୍ବାରା ରଥଯାତ୍ରା କରାଯାଇପାରିବ। ରଥଯାତ୍ରାରେ ଜନସାଧାରଣ ଆଗମନକୁ ସଂପୂର୍ଣ୍ଣ ପ୍ରତିବନ୍ଧିତ କରାଯିବ। ଏହି ଦୃଷ୍ଟିରୁ ରାୟରେ ସର୍ବୋଚ୍ଚ ଅଦାଲତ ଆଂଶିକ ପରିବର୍ତ୍ତନ କରିବା ଲାଗି ନିଜ ମୋଡିଫିକେସନ୍ ପିଟିସନରେ ଆବେଦନ କରିଛନ୍ତି ଆଇନଜୀବୀ ମହାପାତ୍ର। ତେବେ ଏହି ପିିଟିସନରେ ସୁପ୍ରିମକୋର୍ଟରେ ତାଲିକା ଭୁକ୍ତ ହୋଇନାହିଁ । ଆସନ୍ତା ସୋମବାର ଏହା ତାଲିକା ଭୁକ୍ତ ହେବ ବୋଲି ଆବେଦନକାରୀ ଆଇନଜୀବୀ କହିଛନ୍ତି ।

Related posts

ହକି ବିଶ୍ଵକପ: ପ୍ରତି ୱlର୍ଡରେ ହେବ ପଦଯାତ୍ରା

mahabharatanews

ଡେଙ୍ଗୁ ଆତଙ୍କ ; ଚାଲିଗଲା ଆଉ ଜଣଙ୍କ ଜୀବନ 

mahabharatanews

ଓଡ଼ିଶାକୁ ନାହିଁ ବାତ୍ୟାର ଭୟ

mahabharatanews