ଓଡିଶା

ଚାଷୀଙ୍କ ପାଇଁ ଖୁସି ଖବର; ଏହି ଦିନ ମିଳିବ ସିଏମ କିଷାନ ଟଙ୍କା

ଭୁବନେଶ୍ବର: କାଳିଆ ଯୋଜନା ଓ ସିଏମ କିଷାନ ଯୋଜନା ହିତାଧିକାରୀ ତାଲିକା ନେଇ ଦ୍ବନ୍ଦ୍ବ ମଧ୍ୟରେ ଆସିଲା ଖୁସି ଖବର । ଚାଷୀଙ୍କୁ ଟଙ୍କା ଦେବେ ମୋହନ ସରକାର । ନୂଆଁଖାଇ ଅବସରରେ ଚାଷୀଙ୍କୁ ମିଳିବ ସିଏମ କିଷାନ ଯୋଜନା ଟଙ୍କା । ଏନେଇ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

ମଞ୍ଜୁର ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଫାଇଲ ପଠାଯିବ ବୋଲି ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀ ଫାଇଲରେ ଦସ୍ତଖତ କରିବା ପରେ ଚାଷୀଙ୍କ ଖାତାକୁ ଯିବ ସିଏମ କିଷାନ ଟଙ୍କା । କିନ୍ତୁ କାଳିଆ ଯୋଜନାରେ ଚାଷୀଙ୍କୁ ମିଳୁଥିବା ସହାୟତା ରାଶି ମିଳିବ କି ନାହିଁ ତାକୁ ନେଇ ହିତାଧିକାରୀଙ୍କ ମଧ୍ୟରେ ଏବେ ବି ଦ୍ବନ୍ଦ୍ବ ଲାଗି ରହିଛି । ତେବେ ସେପ୍ଟେମ୍ବର ୮ରେ ପଡୁଥିବା ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ଅବସରରେ ଚାଷୀଙ୍କ ଖାତାକୁ ଟଙ୍କା ପଠାଇବାକୁ ଲକ୍ଷ୍ୟ ରଖିଛନ୍ତି ମୋହନ ସରକାର ।

Related posts

ଫେଲ ମାରିଛି ପାରାଦ୍ୱୀପ ବନ୍ଦର ପ୍ରଶାସନର ଟ୍ରାଫିକ ନିୟନ୍ତ୍ରଣ ଯୋଜନା

mahabharatanews

ଭିଜିଲାନ୍ସ ଜାଲରେ ମାଲକାନଗିରି ଜିଲ୍ଲାର ଅ।।ଇସିଡିଏସ ସୁପରଭାଇଜର

mahabharatanews

ଅବସରପ୍ରାପ୍ତ ପୋଲିସ ଅଫିସରସ୍ କଲ୍ୟାଣ ଆସୋସିଏସନ ତରଫରୁ ଚତୁର୍ଥ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ

mahabharatanews

Leave a Comment