ଓଡିଶାରାଜନୀତି

ବିଧାୟକଙ୍କୁ ଗୁରୁମନ୍ତ୍ର ଦେବା ପାଇଁ ଆସୁଛନ୍ତି ୨ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ବର: ଆସନ୍ତା ୧୭ ଓ ୧୮ ଦୁଇ ଦିନ ଧରି ବିଧାନସଭାରେ ଚାଲିବ ବିଧାୟକଙ୍କ ତାଲିମ୍‌ କର୍ମଶାଳା । ଏନେଇ ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଆସନ୍ତା ୧୮ ତାରିଖରେ ଦିନିକିଆ ଗସ୍ତରେ ଆସିବେ ନଡ୍ଡା । ବିଧାନସଭାରେ ବିଧାୟକମାନଙ୍କ ତାଲିମ୍ କାର୍ଯ୍ୟକ୍ରମରେ ଯୋଗଦେବେ । ନବାଗତ ବିଧାୟକଙ୍କୁ ଗୁରୁମନ୍ତ୍ର ଦେବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ନଡ୍ଡାଙ୍କ ପୂର୍ବରୁ ଅଗଷ୍ଟ ୧୭ ତାରିଖରେ ଦିନିକିଆ ଗସ୍ତରେ ଆସି ବିଧାୟକଙ୍କୁ ଟ୍ରେନିଂ ଦେବେ କେନ୍ଦ୍ରୀୟ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ । ସେହିପରି ବିରୋଧୀ ଦଳର ବିଧାୟକମାନଙ୍କୁ ମଧ୍ୟ ଗୃହ ପରିଚାଳନା ପାଇଁ ଟିପ୍ସ ଦେବା ସହ ବିଧାନସଭା ଆଇନ କାନୁନ ସଂପର୍କରେ ଅବଗତ କରାଇବେ ଦୁଇ କେନ୍ଦ୍ରମନ୍ତ୍ରୀ ।ଏହା ପୂର୍ବରୁ ଆସନ୍ତା ୧୬ ତାରିଖରେ ରାଜ୍ୟ ବିଜେପି ପକ୍ଷରୁ ବସୁଛି କୋର କମିଟି ବୈଠକ । ଓଡିଶାର ଶାସନ ଭାର ସମ୍ଭାଳିବା ପରେ ଦଳର ଏହା ହେବ ପ୍ରଥମ କୋର୍ କମିଟି ବୈଠକ । ଏଥିରେ କ୍ଷତ୍ରୀୟ ପ୍ରଭାରୀ ସୁନୀଲ ବଂଶଲଙ୍କ ସହ ଦୁଇ ପ୍ରଭାରୀ ବିଜୟ ପାଲ୍ ସିଂ ତୋମାର ଏବଂ ଲତା ଉସେଣ୍ଡୀ ଉପସ୍ଥିତ ରହିବେ ।

Related posts

ବିନା ଶୁଳ୍କରେ ଶ୍ରୀ ଗୁଣ୍ଡିଚା ଦର୍ଶନ କରିପାରିବେ ଭକ୍ତ

mahabharatanews

ଜାନୁଆରୀ ୩ ତାରିଖରୁ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଖୋଲିବ ।

mahabharatanews

କାଳବୈଶାଖୀ ଜନିତ ବର୍ଷା; ୧୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 

mahabharatanews