(ଭୁବନେଶ୍ୱର) : ମୌସୁମୀ ନଥିବା ହେତୁ ଏଣୁ ଆସନ୍ତା ୩ ଦିନ ଯାଏ ରାଜ୍ୟରେ ବିଶେଷ ବର୍ଷା ସମ୍ଭାବନା ନାହିଁ। ଏହି ସମୟରେ ପାଗ ଶୁଖିଲା ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆସନ୍ତାକାଲି କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ମାଲକାନଗିରି, କୋରାପୁଟ, ଗଜପତି ଓ ଗଞ୍ଜାମ ଆଦି ଜିଲ୍ଲାରେ କେଉଁଠି କେମିତି ହାଲୁକା ବର୍ଷା ହୋଇପାରେ।
ସୂଚନାନୁଯାୟୀ , ଅଗଷ୍ଟ ୧୨ ତାରିଖରେ ପଶ୍ଚିମବଙ୍ଗ ଉପରେ ଏକ ଘୂର୍ଣ୍ଣିବଳୟର ସମ୍ଭାବନା ରହିଛି ଏହା ଫଳରେ ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, ଦେବଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ାରେ ୧୨ ତାରିଖରୁ ୩ ଦିନ ବର୍ଷା ହେବ। ସମୁଦାୟ ବର୍ଷା ୩ ଦିନରେ ୭୫ ମିମିରୁ ଅଧିକ ହୋଇପାରେ। ଅନ୍ୟାନ୍ୟ ସ୍ଥାନରେ ଏହି ୩ ଦିନରେ ହାଲୁକାରୁ ସ୍ବଳ୍ପ ବର୍ଷା ହେବ। ତେବେ ପଶ୍ଚିମବଙ୍ଗ, ଝାରଖଣ୍ଡ ଓ ବିହାରରେ ପ୍ରବଳ ବର୍ଷା ହୋଇପାରେ।
