ଓଡିଶା

କମୁଛି ହୀରାକୁଦ ଜଳସ୍ତର; ବନ୍ଦ ହେଲା ଆଉ ୪ଟି ଗେଟ

(ହୀରାକୁଦ) : କମିଲା ହୀରାକୁଦ ଜଳ ଭଣ୍ଡାର ଜଳସ୍ତର । ବନ୍ଦ ହେଲା ଆଉ ୪ଟି ସ୍ଲୁଇସ୍‌ ଗେଟ୍‌ । ଉପର ମୁଣ୍ଡରେ ପ୍ରବଳ ବର୍ଷା ପାଇଁ ହୀରାକୁଦର ୧୭ଟି ଗେଟ୍ ଖୋଲିଥିଲା । ପରେ ଆଉ ୩ଟି ଗେଟ ହୀରାକୁଦ ଖୋଲିଥିଲା । ମୋଟ୍ ୨୦ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଥିଲା । ବର୍ତ୍ତମାନ ୬ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି ।

ସୂଚନାନୁଯାୟୀ , ମଙ୍ଗଳବାର ସକାଳ ୬  ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୮.୩୩ ଫୁଟ ରହିଥିଲା । ୨୦ ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଥିଲା । ଜଳଭଣ୍ଡାର ମଧ୍ୟରୁ 1 ଲକ୍ଷ ୨୦  ହଜାର ୩୧୧  କ୍ୟୁସେସ୍ ଜଳ ପ୍ରବେଶ କରୁଥିବା ବେଳେ ୩  ଲକ୍ଷ ୪୯  ହଜାର ୧୨୬  କ୍ୟୁସେକ ଜଳ ନିଷ୍କାସିତ ହେଉଥିଲା । ତେବେ ଜଳସେଚନ ନିମନ୍ତେ ବରଗଡ଼ ମୁଖ୍ୟ କେନାଲରେ 1 ହଜାର କ୍ୟୁସେକ୍, ଶାସନ ମୁଖ୍ୟ କେନାଲରେ ୩୨୦  କ୍ୟୁସେକ୍ ଓ ସମ୍ବଲପୁର ଡିଷ୍ଟ୍ରିବ୍ୟୁଟାରିରେ 68 କ୍ୟୁସେକ୍ ପାଣି ଛଡ଼ାଯାଇଥିବା ବେଳେ ଶିଳ୍ପାନୁଷ୍ଠାନକୁ ୨୫୧  କ୍ୟୁସେକ୍ ଜଳ ଯୋଗାଇ ଦିଆଯାଉଛି ।

Related posts

ବ୍ରାଉନ ସୁଗାର ଜବତ କଲା ସୋର ପୁଲିସ

mahabharatanews

ଜାଲ ସାର୍ଟିଫିକେଟ ରାକେଟ, ରିମାଣ୍ଡରେ 4 ଅଭିଯୁକ୍ତ

mahabharatanews

ଅନୁମୋଦନ ହୋଇଛି ମାଷ୍ଟରପ୍ଲାନ, ବଦଳିବ ଲୋକସେବା ଭବନ

mahabharatanews