(ଅରୁଣ କୁମାର ସାହୁ / ରିପୋର୍ଟର୍ସ ଟୁଡେ) : ସଂସଦୀୟ କ୍ଷେତ୍ର ପାଇଁ ବାର୍ଷିକ ରିପୋର୍ଟ କାର୍ଡ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ସମର୍ପଣ କଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଏକ ବର୍ଷ ପୂର୍ତ୍ତି ରିପୋର୍ଟ କାର୍ଡ ପରେ ଓଡିଶାର ପ୍ରଥମ ସାଂସଦ ଭାବେ ଅପରାଜିତା ତାଙ୍କ କାର୍ଯ୍ୟାବଳୀର ରିପୋର୍ଟ ଦେଇଛନ୍ତି । ୫୬ ପୃଷ୍ଠା ବିଶିଷ୍ଟ ଏହି କାର୍ଡ ଉଭୟ ଓଡିଆ ଓ ଇଂରାଜୀ ଭାଷାରେ ପ୍ରକାଶ ହୋଇଛି । ବିକାଶରେ ବିଶ୍ୱାସ ରଖିଥିବା ସାଂସଦ ଏହି ରିପୋର୍ଟ କାର୍ଡର ସମସ୍ତ ଶ୍ରେୟ ସାଂସଦୀୟ କ୍ଷେତ୍ରର ଜନସାଧାରଣଙ୍କୁ ଦେଇଛନ୍ତି । ସେମାଙ୍କର ସ୍ନେହ, ଶ୍ରଦ୍ଧା ଓ ମାର୍ଗଦର୍ଶନ ଅପରାଜିତାଙ୍କୁ ଦେଇଛି ସଫଳତା ।
ତାଙ୍କ ରିପୋର୍ଟ କାର୍ଡରେ ଉଲ୍ଲେଖ ରହିଛିି, ସଂସଦୀୟ ଅଧିବେଶନରେ ତାଙ୍କ ଯୋଗଦାନ ୯୭ ପ୍ରତିଶତ ଥିବାବେଳେ ଜାତୀୟ ଓ ରାଜ୍ୟ ହାର ୮୩ ପ୍ରତିଶତ ରହିଛି । ସଂସଦରେ ୧୦ଟି ବିତର୍କରେ ଭାଗ ନେଇ ୪୫ଟି ପ୍ରଶ୍ନ ଉପସ୍ଥାପନ କରିଛନ୍ତି । ହଂସପାଳ ଫ୍ଲାଏଓଭର, ଭୁବନେଶ୍ୱର ସୁରଟ ବିମାନସେବା ତାଙ୍କ ଉଦ୍ୟମରେ ହେଇପାରିଛି । ଗ୍ରାମାଞ୍ଚଳରେ ଅନ୍ଧାର ଇଲାକାରେ ୧୦୦୦ ସୌର ଚାଳିତ ଆଲୋକ ବ୍ୟବସ୍ଥା କରିଛନ୍ତି । ଏହା ବ୍ୟତୀତ ଜନ ଅଭିଯୋଗ ଶୁଣାଣି ଓ ତାର ସମାଧାନ ପାଇଁ ସାଂସଦ ସର୍ବାଧିକ ଗୁରୁତ୍ୱ ଦେଉଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ଭରସା ନାମକ ଏକ ଲୋକକଲ୍ୟାଣ ପାଣ୍ଠି ମାଧ୍ୟମରେ ୫୫୦୦ ଅସହାୟଙ୍କୁ ୧୯ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ମହାମାରୀ କରୋନା ସମୟରେ ସାଂସଦ ଅସହାୟ, ଗରିବ ପରିବାରକୁ ରନ୍ଧା ଖାଦ୍ୟ, ଶୁଖିଲା ଖାଦ୍ୟ ଯୋଗାଇଛନ୍ତି । ୟୁଥ ଫର ଆକ୍ସନ ଓ ଅଜିତା ନାମକ ଦୁଇଟି ଅଣ ରାଜନୈତିକ ସଂଗଠନ ମାଧ୍ୟମରେ ମହିଳା ଓ ସାଧାରଣ ବର୍ଗଙ୍କ ପାଇଁ କାର୍ଯ୍ୟ କରୁଥିବା ରିପୋର୍ଟ କାର୍ଡରେ ଉଲ୍ଲେଖ କରିଛନ୍ତି । ପ୍ରତିବର୍ଷ ରଥଯାତ୍ରା ସମୟରେ ସାଂସଦ ନିଜେ ରିପୋର୍ଟକାର୍ଡ ଜନସାଧାରଣଙ୍କୁ ଉତ୍ସର୍ଗ କରିବେ ବୋଲି ସାଂସଦ ପ୍ରକାଶ କରିଛନ୍ତି ।
previous post
next post
