ଓଡିଶା

ରେଳ ଦୁର୍ଘଟଣା ; ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ମୃତ୍ୟୁ

(ବାଲେଶ୍ଵର) : ବାହାନଗା ରେଳ ଦୁର୍ଘଟଣା ମନରୁ ଲିଭିନଥିବା ବେଳେ ଆହତ ହୋଇ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ବିହାର ବାସିନ୍ଦା ପ୍ରକାଶ ରାମ। ପ୍ରକାଶଙ୍କର ଆସିୟୁରେ ଚିକିତ୍ସା ଚାଲିଥିଲା ପ୍ରକାଶ ରାମଙ୍କ ବୟସ ୧୭ ବର୍ଷ। ଏନେଇ ସୂଚନା ଦେଇଛନ୍ତି କଟକ ଏସସିବି ମେଡିକାଲର କୁଳ ସଚିବ ।

ସୂଚନାନୁଯାୟୀ , ଏହାକୁ ମିଶାଇ ଏସସିବିରେ ଦୁଇ ମୃତ୍ୟ ହୋଇଛି ଏହାଫଳରେ ବାଲେଶ୍ବର ଜିଲ୍ଲା ବାହାନଗାରେ ଗତ ୨ ତାରିଖ ଦିନ ଘଟିଥିବା କରମଣ୍ଡଳ ଏକ୍ସପ୍ରେସ୍‌, ଯଶୋବନ୍ତପୁର-ହାୱଡା ଏକ୍ସପ୍ରେସ୍‌ ଓ ମାଲଗାଡ଼ି ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ୨୯୦କୁ ବୃଦ୍ଧି ପାଇଛି।  ବିଭିନ୍ନ ସ୍ଥାନରେ ଆହୁରି ପ୍ରାୟ କେତେକ ଲୋକଙ୍କର ଚିକିତ୍ସା ଜାରି ରହିଛି।

 

Related posts

ରାଇରଙ୍ଗପୁରରେ ମିଳିତ ଜନ ଅଭିଯୋଗ ଶୁଣାଣି : ୯୧ଟି ଅଭିଯୋଗର ଶୁଣାଣୀ ୩ଟି ତତ୍କାଳ ସମାଧାନ

mahabharatanews

ନେତାଜୀଙ୍କ ମିଠା ପ୍ରୀତି

mahabharatanews

୩୪ଟି ପୋଲିସ ଜିଲ୍ଲାରେ ଶିଶୁ ଅନୁକୂଳ ପୋଲିସ ଷ୍ଟେସନ ପ୍ରତିଷ୍ଠା ହେବ

mahabharatanews