ଓଡିଶା

ଥାନା ଅଧିକାରୀଙ୍କ ମୃତ୍ୟୁ ପରେ ସହର ଦୋକାନ ବଜାର ବନ୍ଦ

(ମନୋଜ କୁମାର ସାହୁ/ରାୟଗଡା):କରୋନାରେ ଆକ୍ରାନ୍ତ ହେବା ପରେ ଆଖି ବୁଜିଛନ୍ତି ମୁନିଗୁଡା ଥାନା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ଦେହୁରୀ । ବ୍ରହ୍ମପୁରସ୍ଥିତ ଅଶ୍ୱିନୀ ହସପିଟାଲରେ ଚିକିତ୍ସାଧିନ ଥିବା ବେଳେ ଗତକାଲି ଅପରାହ୍ନରେ ତାଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛନ୍ତି ରାୟଗଡା ଏସପି ସର୍ବଣ ବିବେକ ଏମ । ତାଙ୍କ ମୃତ୍ୟୁରେ ଜିଲ୍ଲା ଜଣେ ଦକ୍ଷ ପୁଲିସ ଅଧିକାରୀଙ୍କୁ ହରାଇଲା ବୋଲି ରାୟଗଡା ଏସପି କହିଛନ୍ତି । ଏହି ଖବର ପ୍ରଚାରିତ ହେବା ପରେ ଜିଲ୍ଲା ପୁଲିସ ବିଭାଗ ସମେତ ମୁନିଗୁଡା ସହରବାସୀ ସ୍ତବ୍ଧ ହୋଇଛନ୍ତି । ସେପଟେ ଥାନା ଅଧିକାରୀଙ୍କ ସ୍ମୃତିରେ ଆଜି ମୁନିଗୁଡା ସହରରେ ସମସ୍ତ ଦୋକାନ ବଜାର ବନ୍ଦ ରଖିବାକୁ ମୁନିଗୁଡା ବିକାଶ ପରିଷଦ ଓ ବ୍ୟବସାୟୀ ସଂଘ ନିଷ୍ପତ୍ତି ନେଇଛି । ଫଳରେ ଅତ୍ୟାବଶ୍ୟକ ଦୋକାନ ବ୍ୟତୀତ ସମସ୍ତ ବ୍ୟବସାୟ କେନ୍ଦ୍ର ଆଜି ବନ୍ଦ ରହିଛି ଓ ସୂଚନାଯୋଗ୍ୟ, ସପ୍ତାହେ ତଳେ ମୁନିଗୁଡା ଥାନା ଅଧିକାରୀ ଅସୁସ୍ଥ ଅନୁଭବ କରିବା ପରେ କୋଭିଡ଼୍ ପରୀକ୍ଷା କରିଥିଲେ । ସ୍ବାବ ରିପୋର୍ଟ ପଜିଟିଭ୍ ଆସିବା ପରେ ଚିକିତ୍ସା ପାଇଁ ୬ ତାରିଖରେ ତାଙ୍କୁ ଜେକେପୁର କୋଭିଡ଼୍ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରଯାଇଥିଲା । ୭ ତାରିଖରେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ବ୍ରହ୍ମପୁର ଅଶ୍ବିନୀ ହସପିଟାଲାକୁ ସ୍ଥାନାନ୍ତର କରାଯାଇଥିଲା ।

Related posts

ସ୍ନାନ ପୂର୍ଣ୍ଣିମା :ଦିନ ୨ଟା ପର୍ଯ୍ୟନ୍ତ ଭକ୍ତଙ୍କୁ ଦର୍ଶନ ମନା

mahabharatanews

କରୁଆ ପଂଚାୟତରେ କୋରନା ଖାଦ୍ୟ ବଣ୍ଟନକୁ ନେଇ ତୁତୁ ମେମେ

mahabharatanews

ଭୁବନେଶ୍ୱର ଓ କଟକ ବାର ମାଲିକଙ୍କ ପାଇଁ କଡ଼ା ନିର୍ଦ୍ଦେଶ

mahabharatanews