ଓଡିଶା

ଦୁଇ ଦିନ ପାଇଁ ଓଡିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା

(ଭୁବନେଶ୍ୱର) : ଆଜିଠାରୁ ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ଅପରାହ୍ଣ ୪ଟାରେ ଶ୍ରୀ ନଡ୍ଡା ଝାରସୁଗୁଡା ବିମାନ ବନ୍ଦରରେ ପହଞ୍ଚିବା ପରେ ଝାରସୁଗୁଡା ଜିଲ୍ଲା କାର୍ଯ୍ୟାଳୟକୁ ସିଧାସଳଖ ଗସ୍ତ କରିବେ। ୨୩ ତାରିଖରେ ଶ୍ରୀ ନଡ୍ଡା ବୁର୍ଲାରୁ ବାହାରି ଭବାନୀପାଟଣାଠାରେ ପହଞ୍ଚିବା ପରେ ମା’ମାଣିକେଶ୍ୱରୀଙ୍କୁ ଦର୍ଶନ କରି ଆଶୀର୍ବାଦ ନେବେ।  ଏହା ପରେ ସ୍ଥାନୀୟ ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମରେ ମୋଦୀ ସରକାରଙ୍କ ୯ ବର୍ଷ ପୂର୍ତି ଅବସରରେ ଅନୁଷ୍ଠିତ ମହାଜନସମ୍ପର୍କ ସମାବେଶରେ ଯୋଗ ଦେବେ।

ସୂଚନାନୁଯାୟୀ , ବରଗଡ଼ ଲୋକସଭା କ୍ଷେତ୍ରରେ ପ୍ରମୁଖ କାର୍ଯ୍ୟକର୍ତାଙ୍କ ସହ ବୈଠକ ଓ ଆଲୋଚନା କରିବେ। ଶ୍ରୀ ନଡ୍ଡା ବୁର୍ଲାସ୍ଥିତ ଏମସିଏଲ୍ଗେଷ୍ଟ ହାଉସଠାରେ ରାତ୍ରୀଯାପନ କରିବେ ବୋଲି  ସୂଚନା ମିଳିଛି ପରାହ୍ନରେ ଶ୍ରୀ ନଡ୍ଡା ଦିଲ୍ଲୀ ଫେରିଯିବେ ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି।

 

 

 

Related posts

ଅଟୋ ଓଲଟି ଛାତ୍ର ମୃତ, ୫ ଆହତ

mahabharatanews

ବାରବାଟୀ ଷ୍ଟାଡିୟମରେ ଭି.କେ ପାଣ୍ଡିଆନ

mahabharatanews

ଟୁଟୁ ନାୟକଙ୍କୁ ମିଳିଲା ଜାମିନ

mahabharatanews