ପ୍ରଯୁକ୍ତି

ଇତିହାସ ରଚିଲା ନାସା: ଉତକ୍ଷେପଣ କଲା ସ୍ପେସ୍-ଏକ୍ସ

ଫ୍ଲୋରିଡା: ଇତିହାସ ରଚିଲା ଆମେରିକାର ଅନ୍ତରୀକ୍ଷ ଗବେଷଣା ସଂସ୍ଥା ନାସା । ଆମେରିକୀୟ ସ୍ପେସ ସଂସ୍ଥା ନାସା ୯ ବର୍ଷ ପରେ ପୁଣି ଥରେ ଇତିହାସ ରଚିଛି । ଫ୍ଲୋରିଡାର କେପ କନଭରାଲରେ ଜନ ଏଫ କେନେଡେ ସ୍ପେସ ସେଣ୍ଟରରୁ ନାସା-ସ୍ପେସଏକ୍ସ ଡେମୋ-୨କୁ ସଫଳତାର ସହିତ ଉତ୍କ୍ଷେପଣ କରିଛି । ନାସାର ଆଡମିନିଷ୍ଟ୍ରେଟର ଜିମ ବ୍ରାଇଡେନଷ୍ଟିନ ଏହି ଉତକ୍ଷେପଣ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଚନ୍ଦ୍ରକୁ ଛୁଇଁବା ପାଇଁ ପୃଥିବୀରୁ ପ୍ରଥମ ଉଡାନ ଜନ କେନେଡି ସେଣ୍ଟରରୁ କରାଯାଇଥିଲା । ନାସାର ପ୍ରଶାସନିକ ଟୁଇଟ ଜରିଆରେ କହିଛନ୍ତି ଯେ, ୯ ବର୍ଷରେ ପ୍ରଥମ ଥର ଏବେ ଆମେ ଆମେରିକୀୟ ମହକାଶଚାରୀ ରକେଟ ଜରିଆରେ ଆମେରିକାର ମାଟିରୁ ପ୍ରେରଣ କରିଛୁ। ମୁଁ ନାସା ଓ ସ୍ପେସଏକ୍ସ ଟିମକୁ ନେଇ ଗର୍ବ ଅନୁଭବ କରୁଛି ।
ନାସା ପ୍ରଶାସନିକ ଜିମ ବ୍ରାଇଡେନଷ୍ଟାଇନ ଏକ ଟ୍ୱିଟ୍‌ରେ କହିଛନ୍ତି ଯେ, ୯ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଆମେ ଆମେରିକାର ରକେଟ ମାଧ୍ୟମରେ ଆମେରିକୀୟ ପୃଥିବୀରୁ ଆମେରିକୀୟ ମହାକାଶଚାରୀଙ୍କୁ ପଠାଇଛୁ । ମୁଁ ନାସା ଏବଂ ସ୍ପେସ୍ ଏକ୍ସ ଦଳ ପାଇଁ ଗର୍ବିତ, ଯାହା ଆମକୁ ଏହି ମୁହୂର୍ତ୍ତ ଦେଖିବାର ସୁଯୋଗ ଦେଇଛି । ଯେତେବେଳେ ଆପଣ ଏହି ଦଳକୁ ଏହି ରକେଟରେ ଦେଖନ୍ତି (ଫାଲକନ୍ ୯) ଏହା ଏକ ଭିନ୍ନ ପ୍ରକାରର ଅନୁଭବ । ଏହା ହେଉଛି ଆମର ଦଳ । ଏହା ହେଉଛି ଲଞ୍ଚ ଆମେରିକା। ଆମେରିକାର ସମୟ ଅନୁଯାୟୀ, ରାତି ୩.୨୨ରେ ଏହି ରକେଟ୍ ଉତକ୍ଷେପଣ କରାଯାଇଥିଲା। ଉଭୟ ମହାକାଶଚାରୀ ସମସ୍ତ ପ୍ରସ୍ତୁତି ସହିତ ସ୍ପେସ୍ ଏକ୍ସ ରକେଟରେ ବସିଥିଲେ । କାଉଣ୍ଟଡାଉନ୍ ଶେଷ ହେବା ପରେ ବିମାନଟି ମହାକାଶ ଆଡକୁ ଉଡିଯାଇଥିଲା । ଏହାପୂର୍ବରୁ ବୁଧବାର ଦିନ ଖରାପ ପାଗ ହେତୁ ଲଞ୍ଚକୁ କାର୍ୟ୍ୟସୂଚୀ ଠାରୁ ୧୬ ମିନିଟ ପୂର୍ବରୁ ସ୍ଥଗିତ ରଖିବାକୁ ପଡିଥିଲା।

Related posts

AI ର ସଫଳ ରୂପାୟନ ପାଇଁ ଅନୁଷ୍ଠିତ ହୋଇଛି AI Impact summit 2025

mahabharatanews

AI-ଆଧାରିତ ଟୋଲ୍ ଆଦାୟ ବ୍ୟବସ୍ଥା ପ୍ରଚଳନ କରିବାକୁ ପ୍ରସ୍ତୁତ ହେଉଛନ୍ତି କେନ୍ଦ୍ର ସରକାର

mahabharatanews

ଚନ୍ଦ୍ରଯାନ-୩ ପାଇଁ ଇସ୍ରୋର ପ୍ରସ୍ତୁତି

mahabharatanews