ପ୍ରଯୁକ୍ତି

ବନ୍ୟଜୀବଙ୍କ ଉପରେ ନଜର ରଖିବ ନାସା

ୱାଶିଂଟନ୍‍: ବିଲୁପ୍ତପ୍ରାୟ ଦୁର୍ଲଭ ବନ୍ୟଜୀବଙ୍କ ସୁରକ୍ଷା ପାଇଁ ଆମେରିକ ମହାକାଶ ଗବେଷଣା ସଂସ୍ଥାନ(ନାସା) ଏକ ଅଭିନବ ପଦକ୍ଷେପ ନେବାକୁ ଯାଉଛି। ମହାକାଶରେ ଛାୟାପଥ ଏବଂ ଗ୍ରହ ନକ୍ଷେତ୍ର ଉପରେ ନଜର ରଖୁଥିବା ନାସା ଏବେ ଶିକାରୀଙ୍କ କବଳରୁ ବନ୍ୟଜନ୍ତୁଙ୍କ ସୁରକ୍ଷା କରିବାରେ ବ୍ୟବହାର କରାଯିବା ନେଇ ପଦକ୍ଷେପ ନିଆଯାଇଛି। ଭୁଗୋଳ ବିଜ୍ଞାନୀ ଏବଂ ପରିବେଶବିତ୍ଙ୍କତ ସମନ୍ୱୟରେ କାର୍ଯ୍ୟକାରୀ କରାଯିବ ।
ସାଧାରଣତଃ ଶିକାରୀମାନେ ବନ୍ୟଜନ୍ତୁ ଶିକାର କରିବାକୁ ରାତିରେ ଜଙ୍ଗଲକୁ ଯାଇଥାନ୍ତି। ଶିକାର ପାଇଁ ଯାଇଥିବା ଶିକାରୀଙ୍କୁ କାବୁ କରିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। ଘଞ୍ଚ ଜଙ୍ଗଲ ଭିତରେ ନାସା ପକ୍ଷରୁ ଉନ୍ନତ ଜ୍ଞାନକୌଶଳରେ ନିର୍ମିତ ସ୍ୱତନ୍ତ୍ର ଡ୍ରୋନ୍‍ ବିମାନ ମୁତୟନ କରାଯିବ, ଯାହା ଜରିଆରେ ଶିକାରୀଙ୍କୁ କାବୁ କରିବାରେ ସହାୟକ ହୋଇପାରିବ ବୋଲି ନାସା ପକ୍ଷରୁ କୁହାଯାଇଛି। ଇନ୍ଫ୍ରା -ରେଡ୍‍ ଥର୍ମାଲ୍‍ ଇମେଜିଂ ବ୍ୟବସ୍ଥା ବିଶିଷ୍ଟ ଏହି ଡ୍ରୋନ୍‌ରେ କୃତ୍ରିମ ବୁଦ୍ଧିମତା ବ୍ୟବସ୍ଥା ରହିବ। ଘନ ଅନ୍ଧକାର ରାତି ସମୟରେ ଜଙ୍ଗଲରେ ନଜର ରଖିବା ଲାଗି ଏହା ବେଶ୍‍ ଉପଯୋଗୀ ସାବ୍ୟସ୍ତ ହେବ ବୋଲି କୁହାଯାଇଛି।

Related posts

ଭାରତୀୟ ଟିକା ‘କୋଭାକ୍ସିନ’ର ଦ୍ବିତୀୟ ପର୍ୟ୍ୟାୟ ଟ୍ରାଏଲ ପାଇଁ ମିଳିଛି ମଞ୍ଜୁରି

mahabharatanews

ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରୁ ବ୍ରହ୍ମୋସ ମିସାଇଲ୍‌ ସଫଳ ପରୀକ୍ଷଣ

mahabharatanews

ବ୍ରହ୍ମପୁର ଆଇଆଇଟି ପ୍ରସ୍ତୁତ କଲା ଡିସ୍ଇନଫେକ୍ସନକାରୀ ରୋବଟ

mahabharatanews