ଓଡିଶାବିଶେଷ

ପାରଳାଖେମୁଣ୍ଡିର ମାଆ ମାଣିକେଶ୍ବରୀଙ୍କ ନବରାତ୍ର ପୂଜା ଅନୁଷ୍ଠିତ

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଅଙ୍କସାହିରେ ଥିବା  ମାଆ ମାଣିକେଶ୍ଵରୀଙ୍କ ମନ୍ଦିର ରହିଛି।   ମାଆଙ୍କ ନବରାତ୍ରି ପୂଜା ଚାଲିଛି।ମାଆଙ୍କ ଦର୍ଶନ କରିବା ପାଇଁ ଆଖପାଖ ଅଞ୍ଚଳର ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି। ମନ୍ଦିରରେ ଆକର୍ଷଣୀୟ ଆଲୋକସଜ୍ଜା କରାଯାଇଛି ପାରମ୍ପରିକ ନୀତିକାନ୍ତିରେ ମାଆ ପୂଜାର୍ଚ୍ଚନା କରାଯାଉଛି। ଗଜପତି ମହାରାଜାଙ୍କ ଇଷ୍ଟଦେବୀ ମା’ମାଣିକେଶ୍ଵରୀ । ଏହି ମନ୍ଦିର ଶତାଧିକ ବର୍ଷ ପୁରୁଣା । ପାରମ୍ପରିକ ରୀତିନୀତି ଅନୁସାରେ ଚାଲେ ଏଠି ମା’ଙ୍କ ପୂଜାର୍ଚ୍ଚନା ଅନୁଷ୍ଠିତ ହେଉଛି। ମା’ ମାଣିକେଶ୍ଵରୀଙ୍କ ସମେତ ଏହି ପୀଠରେ ପୂଜା ପାଉଛନ୍ତି ମା’ କନକଦୁର୍ଗା । ପୂର୍ବରୁ ମା’ କନକଦୁର୍ଗା ମହାରାଜଙ୍କ ନଅର ମଧ୍ୟରେ ପୂଜା ପାଉଥିଲେ । ପରେ, ଏଠାକୁ ସ୍ଥାନାନ୍ତରିତ ହୋଇଛନ୍ତି । କନକଦୁର୍ଗାଙ୍କ ପାଖରେ ପ୍ରତିଦିନ ଚଣ୍ଡୀ ପାଠ ହୁଏ। ପୂଜା ଆରମ୍ଭ ଦିନ ଠାରୁ ମାନସିକଧାରୀ ମାନେଏଠାରେ ଅଖଣ୍ଡ ଦୀପ ଜାଳନ୍ତି।ବିଶେଷକରି ମନସ୍କାମନା ପୂର୍ଣ୍ଣ ସକାଶେ ଶ୍ରଦ୍ଧାଳୁମାନେ ଜିଅନ୍ତା ମାଗୁର ମାଛ ମା’ଙ୍କ ନିକଟରେ ଭେଟି ଦେବା ପରମ୍ପରା ଚଳି ଆସିଥିବା ଦେଖିବାକୁ ମିଳିଛି। କୁହାଯାଏ, ମା’ଙ୍କ ପ୍ରିୟ ମାଗୁର ମାଛକୁ ମା’ଙ୍କ ପାଖରେ ଛାଡ଼ିଲେ କିଛି ସମୟ ମାଛଟି ଖେଳିବା ପରେ ଆପେ ଆପେ ନିଶ୍ଚଳ ରହିଯାଏ । ତାହାକୁ ମା’ ଗ୍ରହଣ କଲେ ବୋଲି ଧରାଯାଏ। ମହାରାଜାଙ୍କ ଅମଳରୁ ସମାନ ପରମ୍ପରାନୁଯାୟୀ ମା’ ମାଣିକେଶ୍ଵରୀଙ୍କ ପୀଠରେ ବାସନ୍ତୀକ ଓ ଶାରଦୀୟ ଦୁର୍ଗାପୂଜା, ଦୋଳଉତ୍ସବ, ସୁନିଆ ଆଦି ଚାରିଟି ପର୍ବ ପାଳିତ ହୋଇଆସୁଛି। ମନ୍ଦିର ପରିଚାଳନା ଭାର ରାଜଜେମା କଲ୍ୟାଣୀ ଗଜପତିଙ୍କ ଉପରେ ନ୍ୟସ୍ତ ରହିଛି।ପ୍ରତ୍ୟହ ସନ୍ଧ୍ୟାରେ ମା’ଙ୍କ ଦର୍ଶନ ପାଇଁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ସମାଗମ ହୁଏ। ପୂଜା ପାର୍ବଣରେ ମନ୍ଦିର ଲୋକାରଣ୍ୟ ହୋଇଥାଏ।’ ମାଣିକେଶ୍ଵରୀଙ୍କ ମହିମା ଅପାର ତାଙ୍କରି ଆଶୀର୍ବାଦ ହିଁ ପାରଳାକୁ ବଞ୍ଚାଇ ରଖିଛି। ମା’ଙ୍କ ଉପରେ ପାରଳାବାସୀଙ୍କ ଗଭୀର ବିଶ୍ବାସ ହେତୁ ନବଦିନାତ୍ମକ ଯାତ୍ରା ଅତ୍ୟନ୍ତ ଆଡ଼ମ୍ବରପୂର୍ଣ୍ଣ ଓ ଶ୍ରଦ୍ଧା ସହକାରେ ଅନୁଷ୍ଠିତ ହୁଏ।

Related posts

ବର୍ଷାରେ ଭିଜିଲା ସାରା ଓଡିଶା,୧୩ ଜିଲ୍ଲାକୁ  ୟେଲୋୱାର୍ଣ୍ଣିଂ ଜାରି

mahabharatanews

ହୋଟେଲରୁ ସେକ୍ସ ରାକେଟ ଠାବ

mahabharatanews

ଶାଳ କାଠ ଚାଲାଣ ବେଳେ ୪ ଗିରଫ

mahabharatanews