ଓଡିଶା

ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ମାଓବାଦୀ ନିହତ  

(ଛତିଶଗଡ) : ଛତିଶଗଡ ସୀମାନ୍ତ ସୁକୁମା ଜିଲ୍ଲାରେ ହୋଇଛି ଏନକାଣ୍ଟର । ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ରେ ଜଣେ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି । ତେବେ ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରହିଛି । ଘଟଣାସ୍ଥଳରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି ସୁରକ୍ଷାକର୍ମୀ ।

ସୂଚନାନୁଯାୟୀ , ସେଠାରେ କମ୍ବିଂ ଅପରେସନ ଆରମ୍ଭ ହୋଇଥିଲା । ଜବାନଙ୍କୁ ଦେଖି ମାଓବାଦୀମାନେ ପ୍ରଥମେ ଗୁଳିଚାଳନା କରିଥିଲେ । ଏହାର ପାଲଟା ଜବାବରେ ସୁରକ୍ଷା କର୍ମୀ ଗୁଳି ଚଳାଇଥିଲେ । ସର୍ଚ୍ଚ ଅପରେସନ ଜାରି ରହିଥିବା ବେଳେ ଜଣେ ହାର୍ଡକୋର ମାଓବାଦୀଙ୍କ ମୃତଦେହ ଠାବ ହୋଇଛି ।  ଘଟଣାସ୍ଥଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଥିବା ସୂଚନା ମିଳିଛି।

Related posts

ପ୍ରଜାପତି ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ଶାଖାର ପଞ୍ଚମ ବାର୍ଷିକ ଉତ୍ସବ

mahabharatanews

ଜୟପୁରରେ ୧୪୪ ଧାରା ଜାରି

mahabharatanews

ଆସନ୍ତାକାଲିଠୁ ପୁଣି ବର୍ଷା 

mahabharatanews