ମନୋରଞ୍ଜନ

ସ୍ୱାମୀଙ୍କ ସହ ଫଟୋ ପୋଷ୍ଟ କରି ଚର୍ଚାରେ ନୟନତାରା

(ମୁମ୍ବାଇ) : କିଛି ଦିନ ତଳେ ସ୍ବାମୀଙ୍କୁ ଇନଷ୍ଟାରେ ‘ଅନଫଲୋ’ କରିବାରୁ ସାଉଥ ସୁପରଷ୍ଟାର ନୟନତାରା ସ୍ବାମୀ ବିଗ୍ନେଶ ଶିବନଙ୍କୁ ଛାଡ଼ପତ୍ର ଦେବେ ବୋଲି ଚର୍ଚ୍ଚା ହୋଇଥିଲା। ହେଲେ ପରେ ପୁଣି ନୟନତାରା ଦେଇଥିବା ଷ୍ଟାଟସ ସମସ୍ତଙ୍କୁ ଦ୍ବନ୍ଦ୍ବରେ ପକାଇଥିଲା।

ସୂଚନାନୁଯାୟୀ , ସେ ଷ୍ଟାଟସ ଦେଇ ଲେଖିଥିଲେ ଯେ, ଉମମମ…ମୁଁ ହଜିଯାଇଛି। ତାଙ୍କର ଏହି ଷ୍ଟାଟସଟି କାହା ପାଇଁ ସେ ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରିଥିଲା। ଏଭଳି ଚର୍ଚ୍ଚା ମଧ୍ୟରେ ନିଜ ପ୍ରଶଂସକଙ୍କୁ ଦ୍ବନ୍ଦ୍ବରେ ନରଖି ନିଜର ପ୍ରତିକ୍ରିୟା ରଖିଛନ୍ତି ଅଭିନେତ୍ରୀ । ଇନଷ୍ଟାରେ ନିଜ ପରିବାର ସହ ଏକ ଫଟୋ ପୋଷ୍ଟ କରି ସେ ସ୍ପଷ୍ଟ କରିଛନ୍ତି ଯେ, ବିଗ୍ନେଶ ଓ ତାଙ୍କ ମଧ୍ୟରେ କୌଣସି ସମସ୍ୟା ନାହିଁ । ଫଟୋରେ ଦୁହେଁ ହସୁଥିବାର ଦେଖିବାକୁ ମିଳିଛି । ଏହି ଫଟୋ ପୋଷ୍ଟ କରି ନୟନତାରା ଲେଖିଛନ୍ତି ଯେ, ‘ମୋ ପିଲାମାନଙ୍କ ସହ ବହୁତ ଦିନ ପରେ ଯାତ୍ରା କରୁଛି’ । ତାଙ୍କର ଏହି ଫଟୋ ସାମ୍ନାକୁ ଆସିବା ପରେ ଦୁହିଁଙ୍କ ମଧ୍ୟରେ ସବୁ ଠିକ ଥିବା ସ୍ପଷ୍ଟ ହୋଇଛି ।

Related posts

ଚର୍ଚାରେ ଆଲିଆଙ୍କ ୨୦କୋଟି ଟଙ୍କାର ହାର

mahabharatanews

ମୋଦୀଙ୍କୁ ଚିଠି ଲେଖିଲେ ଶିଳ୍ପା ସେଟ୍ଟୀ

mahabharatanews

ଅନନ୍ତ ଅମ୍ବାନୀଙ୍କ ପ୍ରି ୱିଡିଂ: ଧୁମ ନାଚିଲେ ସଲମାନ

mahabharatanews