ଓଡିଶା

୨୬ ଯାଏଁ ରାଜ୍ୟରେ ହାଲୁକା ବର୍ଷା ସମ୍ଭାବନା 

(ଭୁବନେଶ୍ୱର) : ସବୁଠି ଲାଗି ରହିଥିବା କୋହଲା ପାଗ। ସମ୍ପୂର୍ଣ୍ଣ ପରିବେଶ ଦିଶୁଥିଲା ଧୂଆଁମୟ। ତା’ ଭିତରେ କିଛି ସ୍ଥାନରେ ହାଲୁକା ବର୍ଷା ହୋଇଯାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ, ଗୁରୁଚାପ ବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ କୋହଲା ପାଗ ଜାରି ରହିଛି।

ସୂଚନାନୁଯାୟୀ, ସଂଲଗ୍ନ ଜିଲ୍ଲାଗୁଡ଼ିକରେ ୨୫ ତାରିଖ ପର୍ଯ୍ୟନ୍ତ ପାଗ ଆଂଶିକ ମେଘୁଆ ସହ କିଛି ସ୍ଥାନରେ ହାଲୁକାରୁ ସ୍ବଳ୍ପ ବର୍ଷା ହୋଇପାରେ। ୨୨ ଓ ୨୩ ତାରିଖରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳର ସ୍ଥାନେ ସ୍ଥାନେ ବର୍ଷା ହୋଇପାରେ। ଏହ‌ି ସମୟରେ ଦିନର ତାପମାତ୍ରା ୨ରୁ ୩ ଡିଗ୍ରି କମିବାକୁ ଥିବା ବେଳେ ରାତିର ତାପମାତ୍ରା ୨୩ରୁ ୨୫ ତାରିଖ ମଧ୍ୟରେ ପ୍ରାୟ ୨ ଡିଗ୍ରି ବଢ଼ିବ। ଆସନ୍ତା ସପ୍ତାହକ ପର୍ଯ୍ୟନ୍ତ କୁହୁଡ଼ି ସମ୍ଭାବନା ରହିଛି। ଦକ୍ଷିଣ ଅଭ୍ୟନ୍ତରୀଣ ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା ୨୧ରୁ ୨୪ ତାରିଖ ମଧ୍ୟରେ ୪ ଡିଗ୍ରି କମିବା ହେତୁ ଶୀତ ସାମୟିକ ଭାବେ ବଢ଼ିବ। ତେବେ ୨୫ରୁ ପୁଣିଥରେ ଶୀତ ଲହରି କମିବ। ୨୬ ଓ ୨୭ରେ ସମସ୍ତ ଅଭ୍ୟନ୍ତରୀଣ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ବଢ଼ିବା ସହ ହାଲୁକା ବର୍ଷା, ଆଂଶିକ ମେଘୁଆ ଓ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି।

Related posts

ଖାକିରେ କଳଙ୍କ କାର୍ଯ୍ୟରତ ଏଏସ୍ ଅ।ଇଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ

mahabharatanews

ସ୍ପୀଡ ବୋଟରେ ମହିଳାଙ୍କ ମୃତ୍ୟୁ

mahabharatanews

୫ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ 

mahabharatanews