ଓଡିଶା

ବସ ଧକ୍କାରେ ୨ ସ୍କୁଟି ଆରୋହୀ ମୃତ

(ମହାଭାରତ, ପାଲଲହଡା): ଅନୁଗୁଳ ଜିଲ୍ଲା ପାଲଲହଡା ବ୍ଲକ ଅନ୍ତର୍ଗତ ଭୀମକୁଣ୍ଡ ଛକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏକ ବସ୍ ଧକ୍କାରେ ଦୁଇ ଜଣ ସ୍କୁଟି ଆରୋହୀଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ, ରବିବାର ସକାଳେ ଏକ ଯାତ୍ରୀବାହି ବସ ତାଳଚେରରୁ କେନ୍ଦୁଝର ଅଭିମୁଖେ ଯାଉଥିବା ସମୟରେ ୧୪୯ ନମ୍ବର ଜାତୀୟ ରାଜପଥର ଭୀମକୁଣ୍ଡ ଛକ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ସ୍କୁଟିକୁ ମୁହାଁମୁହିଁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ୨ ସ୍କୁଟି ଆରୋହୀଙ୍କର ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣା ପରେ ବସ ଓ ଯାତ୍ରୀଙ୍କୁ ଛାଡି ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ପାଲଲହଡା ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହାସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

Related posts

ଚେଁଗୁଆ ଗ୍ରାମବାସୀଙ୍କ ପକ୍ଷରୁ ବନ ମହୋତ୍ସବ କାର୍ଯ୍ୟକ୍ରମ

mahabharatanews

ପାଇକମାଳ ବିନ୍ଧ୍ୟବାସିନୀ କଲେଜ୍ ରେ ବାର୍ଷିକ ଉତ୍ସବ

mahabharatanews

ମାନ୍ୟବର କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଆଇଆଇଟି ଭୁବନେଶ୍ୱର ଅନୁସନ୍ଧାନ ଏବଂ ଉଦ୍ୟୋଗ ପାର୍କ ଉଦଘାଟନ

mahabharatanews