ବଲାଙ୍ଗିର ଏସଡିଜେଏମ କୋର୍ଟରେ ଆତ୍ମସମର୍ପଣ କଲେ ଯାତ୍ରା ଅଭିନେତ୍ରୀ ନିଶା ମହାରଣା । ପୂର୍ବରୁ ହାଇକୋର୍ଟ ନିଶାଙ୍କୁ ଦେଇଥିଲେ ସର୍ତ୍ତ ମୂଳକ ଜାମିନ । ମଙ୍ଗଳବାର କୋର୍ଟରେ ଆତ୍ମସମର୍ପଣ ପରେ ତାଙ୍କୁ ମିଳିଛି ଜାମିନ ।

ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଚନ୍ଦନଭାଟି ଗାଁର ଏକ ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ଘଟଣାକୁ ନେଇ କିଛି ଦିନ ତଳେ ନିଶା ମହାରଣାଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ନିଶା ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ସର୍ତ୍ତମୂଳକ ଆଗୁଆ ଜାମିନ ଦେଇଥିଲେ । ଆଜି ନିଶା ବଲାଙ୍ଗୀର ଏସ୍ଡିଜେଏମ କୋର୍ଟରେ ହାଜର ହେବା ପରେ ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରାଯାଇଥିବା ଜଣାପଡ଼ିଛି। ଏହି ଘଟଣାରେ ପୋଲିସ ନିଜ ଆଡୁ ମାମଲା ରୁଜୁ କରିଥିଲା। ଏଭଳି ୨ ଆୟୋଜକଙ୍କୁ ମଧ୍ୟ ବଲାଙ୍ଗୀର ପୋଲିସ ଗିରଫ କରିଥିଲା। ତେବେ ଗିରଫ ଭୟରେ ଆଗୁଆ ଜାମିନ ଆବେଦନ କରିଥିଲେ ନିଶା ମହାରଣା। ଜାମିନ ପାଇବା ପରେ ଆଜି ମଙ୍ଗଳବାର ବଲାଙ୍ଗୀର ଏସଡିଜେଏମ କୋର୍ଟରେ ଆତ୍ମସମର୍ପଣ କରିଥିଲେ।

