ଓଡିଶା

ମାର୍କେଟ ବିଲ୍ଡିଂ ବନ୍ଦ:  ସମାଧାନ ନହେଲେ ଭୁବନେଶ୍ୱର ବନ୍ଦ ପାଇଁ ଚେତାବନୀ

(ଭୁବନେଶ୍ୱର)  : ମାର୍କେଟ ବିଲ୍ଡିଂରେ ଉଠା ଦୋକାନୀ ସମସ୍ୟାକୁ ନେଇ ଗତ ୫ଦିନ ଧରି ବଜାର ବନ୍ଦ ରଖିଛନ୍ତି ସ୍ଥାୟୀ ଦୋକାନୀ ବ୍ୟବସାୟୀ ସଂଘ । ମାର୍କେଟ୍ ଭିତରୁ ଉଠା ଦୋକାନ ହବଟାଇବାକୁ ଦୀର୍ଘ ଦିନ ହେବ ଦାବି କରିଆସୁ କରୁଥିଲେ ମଧ୍ୟ ବିଏମସି କୌଣସି ପଦକ୍ଷେପ ନ ନେବାରୁ ୫ଦିନ ହେବ ମାର୍କେଟ୍ ବନ୍ଦ ରହିଛି । ଏହା ପରେ ଆସନ୍ତା ୨ଦିନରେ ଏହାର ସମାଧାନ ନହେଲେ ଭୁବନେଶ୍ୱର ବନ୍ଦ ପାଇଁ ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ୍ ଚେତାବନୀ ଦେଇଛି ।

ସୂଚନାନୁଯାୟୀ , ଏହି ପ୍ରସଙ୍ଗରେ ମାର୍କେଟ ବିଲ୍ଡିଙ୍ଗ ବ୍ୟବସାୟୀ ସଂଘ ସହ ଅନ୍ୟାନ୍ୟ ବ୍ୟବସାୟୀ ସଂଘ ସାମିଲ ହୋଇ ଏକ ବୈଠକ କରିଛନ୍ତି । ଏହି ବୈଠକରେ ଦୁଇ ଦିନ ମଧ୍ୟରେ ନିଷ୍ପତ୍ତି ନନେଲେ ଭୁବନେଶ୍ୱର ବନ୍ଦ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି ବୋଲି ଅଲ୍ ଓଡିଶା ବ୍ୟବସାୟୀ ସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି । ଏପରିକି ଏହାପରେ ସଂଘ ପୁରା ରାଜ୍ୟକୁ ମଧ୍ୟ ବନ୍ଦ କରାଯିବା ନେଇ ଚେତାବନୀ ମଧ୍ୟ ଦେଇଛି ।

Related posts

ଦୁଇ ବାଇକ ମୁହାଁମୁହିଁ ଧକ୍କା, ଜଣେ ମୃତ ୨ ଗୁରୁତର

mahabharatanews

ଶ୍ରୀଜଗନ୍ନାଥ ସଂସ୍କୃତି ପରମ୍ପରା ନଷ୍ଟ ନହେବା ପାଇଁ ଦାବି ରଖିଛି ବିଶ୍ୱ ହିନ୍ଦୁ ପରିଷଦ

mahabharatanews

ରାଜ୍ୟରେ ସୁସ୍ଥ ହେଲେ ୭୩

mahabharatanews