ଓଡିଶାରାଜନୀତି

ରଥଯାତ୍ରାକୁ ନେଇ କୌଣସି ବୟାନ ଦେବାକୁ ବିଜେଡିର ବାରଣ

ଭୁବନେଶ୍ୱର: ସୁପ୍ରିମ କୋର୍ଟ ଚଳିତ ବର୍ଷ ରଥଯାତ୍ରା ଉପରେ ରୋକ ଲଗାଇବା ପରେ ବିଜେଡି ହେଡ କ୍ୱାଟରରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି । ରଥଯାତ୍ରାକୁ ନେଇ କୋର୍ଟଙ୍କ ନିର୍ଦ୍ଦେଶ ଉପରେ ଦଳ ତରଫରୁ କୌଣସି ବୟାନ ଦିଆଯିବ ନାହିଁ । କୌଣସି ମିଡିଆରେ ଦଳୀୟ ନେତା ଭାଗ ନେବେ ନାହିଁ କି ଏହି ପ୍ରସଙ୍ଗରେ ବ୍ୟକ୍ତିଗତ ଭାବେ ବା ଟେଲିଫୋନ ଯୋଗେ କୌଣସି ବୟାନ ଦେବେ ନାହିଁ କିମ୍ବା କୌଣସି ବିତର୍କରେ ଭାଗ ନେବେ ନାହିଁ । ଏହି ନିର୍ଦ୍ଦେଶ କଠୋରତା ସହ ପାଳନ କରିବାକୁ ଦଳ ହେଡକ୍ୱାଟରରୁ ନିର୍ଦ୍ଦେଶ ଆସିଛି ।
ଚଳିତ ବର୍ଷ ହେବ ନାହିଁ ମହାପ୍ରଭୁଙ୍କ ନବଦିନ ଯାତ୍ରା । ମହାମାରୀ କରୋନା ମଧ୍ୟରେ ରଥଯାତ୍ରା ନ କରିବାକୁ ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହାକୁ ନେଇ ଓଡିଆଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଜଗନ୍ନାଥପ୍ରେମୀ ଆହତ ହୋଇଛନ୍ତି । କରୋନାକୁ ନେଇ ରଥଯାତ୍ରା ହେବା ନ ହେବାକୁ ନେଇ କଳ୍ପନାଜଳ୍ପନା ମଧ୍ୟରେ ରଥ ନିର୍ମାଣ କାର୍ଯ୍ୟ ୧୨ ଦିନ ବିଳମ୍ବରେ ହୋଇଥିଲା । ହାଇକୋର୍ଟ ରଥଯାତ୍ରାରେ ଜନ ଗହଳିକୁ ଏଡାଇବା ପାଇଁ ପୁରୀକୁ ନାକାବନ୍ଦୀ କରିବା ସହ ସେବାୟତ, ହାତୀ, ଓ ମେସିନ ବ୍ୟବହାର କରି ରଥ ଟାଣିବାକୁ କହିଥିଲେ । ତେଣୁ ଭକ୍ତ ମନ ବଡଦାଣ୍ଡକୁ ନ ଯାଇ ପାରୁଥିବାରୁ ବ୍ୟଥିତ ହୋଇଥିଲେ ମଧ୍ୟ ଟେଲିଭିଜନରେ ଘୋଷଯାତ୍ରା ଦେଖି ନିଜ ନୟନକୁ ପବିତ୍ର କରିବାକୁ ଭକ୍ତ ମନସ୍ତ କରିଥିଲା । କିନ୍ତୁ ଆଜି ସୁପ୍ରିମ କୋର୍ଟ ଚଳିତ ବର୍ଷ ରଥ ଯାତ୍ରା ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Related posts

ନାଁ ନ ନେଇ ନବୀନ-ପାଣ୍ଡିଆନଙ୍କୁ ଶ୍ରୀମୟୀଙ୍କ ତେର୍ଚ୍ଛାବାଣ

mahabharatanews

ସାତ ଫୁଟର ଅଜଗର ସାପ ଉଦ୍ଧାର

mahabharatanews

ରାଇରଙ୍ଗପୁର ଷ୍ଟାଡିୟମରେ ବ୍ଳକ ସ୍ତରୀୟ ଗ୍ରାମାଞ୍ଚଳ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ସୁଦର୍ଶପୁର ପଞ୍ଚାୟତ ଟିମ୍ ଚମ୍ପିୟାନ

mahabharatanews