ଓଡିଶାରାଜନୀତି

ରାଇସ ମିଲ ପ୍ରତିଷ୍ଠା ଲାଗି ପଞ୍ଜିକରଣ ଆବଶ୍ୟତା ନାହିଁ : ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ

ଭୁବନେଶ୍ୱର: ମୌସୁମୀ ଅଧିବେଶନର ଗୃହ କାର୍ଯ୍ୟ ଆରମ୍ଭରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ପ୍ରତାପ କେଶରୀଦେବ ରାଜ୍ୟରେ ୧୩୫୮ଟି ରାଇସ ମିଲ ରହିଛି। ସେଥି ମଧ୍ୟରୁ ଭଦ୍ରକ ଜିଲ୍ଲାରେ ୨୫ଟି ରାଇସ ମିଲ କାର୍ଯ୍ୟ କରୁଛି। ରାଇସ ମିଲ ପ୍ରତିଷ୍ଠା ପାଇଁ ଜିଲ୍ଲା ଶିଳ୍ପ କେନ୍ଦ୍ରରେ ପଞ୍ଜିକରଣର ଆବଶ୍ୟକତା ନାହିଁ। ଯେଉଁ ରାଇସ ମିଲମାନେ ସରକାରଙ୍କ ପାଖରୁ ସବସିଡି ପାଇବାକୁ ଚାହାଁନ୍ତି ସେମାନେ ଡିଆଇସିରେ ପଞ୍ଜିକରଣ କରିଥାନ୍ତି। ସେଥିପାଇଁ ଭଦ୍ରକ ଜିଲ୍ଲାରେ ଥିବା ୨୫ଟି ରାଇସ ମିଲ ମଧ୍ୟରୁ ୧୬ ଡିଆଇସିରେ ପଞ୍ଜିକରଣ କରିଛନ୍ତି। ସେମାନଙ୍କର ତଥ୍ୟ ଜିଲ୍ଲା ଶିଳ୍ପ କେନ୍ଦ୍ର ପାଖରେ ରହିଥିବା ମନ୍ତ୍ରୀ କହିଥିଲେ। ରାଇସ ମିଲରୁ ବାହରୁ ଥିବା ଧୂଳି ଓ ଧୂଅ ଲାଗି ପରିବେଶଗତ କଟକଣା ରଖିବାକୁ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ଯେକୌଣସି ଶିଳ୍ପ ପ୍ରତିଷ୍ଠା ସମୟରେ ପରିବେଶ ଗତ କଟକଣା ଲାଗି ଗାଇଡଲାଇନ ରହିଛି। କେଉଁ ମାନେ ଏହାକୁ ଫଲୋ କରୁନାହାଁନ୍ତି ସେ ଉପରେ ମୁଁ ଅନୁଧ୍ୟାନ କରି କହିବି ବୋଲି କହିଥିଲେ। ରାଇସ ମିଲର ମାଲିକମାନେ ସବସିଡି ପାଇବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାର ବିଶେଷତ୍ୱ କଣ ରହିଛି। ଜଣେ କେମିତି ରାଇସ ମିଲ ପ୍ରତିଷ୍ଠା କରିପାରିବ। ସେହିପରି ସବସିଡି କ୍ଷେତ୍ରରେ ପୁରୁଷ ଉପଭୋକ୍ତା ଓ ମହିଳା ଉପଭୋକ୍ତାଙ୍କ ଲାଗି ସବସିଡି କେତେ ରହୁଛି। ଏହା ଉପରେ ନିର୍ଦ୍ଧିଷ୍ଟ ଉତ୍ତର ରଖିବାକୁ ବିଧାୟକ ଅରବିନ୍ଦ ଢାଲି ପ୍ରଶ୍ନ କରିଥିଲେ। ରାଇସ ମିଲ ପ୍ରତିଷ୍ଠା କରିବା ପାଇଁ ସମବାୟ ସମିତି, ଏସଏଚଜିର ସହଭାଗିତାର ଆବଶ୍ୟକତା ରହିଛି। ସେହିପରି ସ୍ଥାନୀୟ ଜିଲ୍ଲାପାଳଙ୍କ ଅନୁମତିରେ ମଧ୍ୟ ମିଲ ପ୍ରତିଷ୍ଠା କରାଯାଇପାରିବ ବୋଲି ଉତ୍ତରରେ କହିଥିଲେ।

Related posts

ବନ୍ୟଜନ୍ତୁଙ୍କ ସୁରକ୍ଷା କରିବ ସ୍ୱତନ୍ତ୍ର ଯାନ

mahabharatanews

ସଭାପତି ପଦର ଦାୟୀତ୍ୱ ନେଲେ ଖଡଗେ

mahabharatanews

ଆସନ୍ତାକାଲି ଶ୍ରାବଣର ପ୍ରଥମ ସୋମବାର: ମହାଦେବଙ୍କୁ ଜଳ ଅର୍ପଣ କରିବେ ଭକ୍ତ

mahabharatanews