ଓଡିଶା

ରଘୁନନ୍ଦନ ଦାସଙ୍କ ଘରେ ପୋଲିସ

ଭୁବନେଶ୍ୱର: ମହିଳା ସାମ୍ବାଦିକଙ୍କ ଉପରକୁ କୁକୁର ଛାଡ଼ିଦେବା ଅଭିଯୋଗ ମାମଲା । ଦ୍ୱିତୀୟ ଥର ପାଇଁ ତଦନ୍ତ କରିବାକୁ ରଘୁନନ୍ଦନ ଦାସଙ୍କ ଘରକୁ ଗଲା ପୋଲିସ । ରଘୁନନ୍ଦନ ଦାସଙ୍କ କ୍ୱାର୍ଟର୍ରରେ ଥାନା ପୋଲିସର ତଦନ୍ତ । ଏହା ପୂର୍ବରୁ ପୋଲିସ ଯେତେବେଳେ ତଦନ୍ତ କରିବାକୁ ଆସିଥିଲା କହିଥିଲା ରଘୁନନ୍ଦନଙ୍କ କ୍ୱାର୍ଟର୍ସର ସିସିଟିଭି ଫୁଟେଜ ମଗାଯାଇଛି । ବିଜେଡିର ସାଙ୍ଗଠିୟନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସରକାରୀ କ୍ୱାର୍ଟର୍ସ ଭଙ୍ଗାଯାଉଥିଲା ଯାହାର ଭିଜୁଆଲ ନେବା ପାଇଁ ସଂପୃକ୍ତ ସାମ୍ବାଦିକା ରଘୁନନ୍ଦନଙ୍କ କ୍ୱାର୍ଟର୍ସରେ ପଶିଥିଲେ । ଏଥିପାଇଁ ସେ ସିକ୍ୟୁରିଟି ଗାର୍ଡଙ୍କ ଅନୁମତି ନେଇଥିବା କହିଥିଲେ ସାମ୍ବାଦିକା । କିନ୍ତୁ ରଘୁନନ୍ଦନ ଏହାକୁ ଖାରଜ କରିଛନ୍ତି । ବିଜେଡିର ଏହି ପୂର୍ବତନ ବିଧାୟକ କୁକୁର ଛାଡ଼ିବାକୁ କହିଥିବା ସ୍ୱୀକାର କରିଛନ୍ତି । ସେ ନିଜେ ପାଲଟା ମାମଲା ଦାୟ କରିବେ ବୋଲି କହିଛନ୍ତି । ନେତାଙ୍କ ଏଭଳି କାର୍ଯ୍ୟକୁ ବିରୋଧ କରି ସାମ୍ବାଦିକମାନେ ରାଜଧାନୀରେ ଆନ୍ଦୋଳନ କରିଥିଲେ । କାର୍ଯ୍ୟନୁଷ୍ଠାନ ପାଇଁ ଦାବି କରିଥିଲେ ।

Related posts

୧୬ ରୁ ୧୯ ଯାଏ ରାଜ୍ୟର କିଛି ସ୍ଥାନରେ ବର୍ଷା ସମ୍ଭ।ବନା

mahabharatanews

କେନ୍ଦ୍ରରେ କାର୍ଯ୍ୟରତ ଓଡ଼ିଆ ଅଧିକାରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ବୈଠକ

mahabharatanews

ପାଣ୍ଠି ବୃଦ୍ଧି କରିବା ନେଇ ଗୃହରେ ସରଗରମ ଆଲୋଚନା

mahabharatanews