Uncategorized

ଲୋଧିରୋଡ ସ୍ଥିତ ସରକାରୀ ବାସଭବନ ଛାଡିବାକୁ ପ୍ରିୟଙ୍କାଙ୍କୁ ନୋଟିସ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ କଂଗ୍ରେସ ମହାସଚିବ ତଥା ଗାନ୍ଧୀ ପରିବାର ଲଲଣା ପ୍ରିୟଙ୍କା ଗାନ୍ଧୀଙ୍କୁ ନୋଟିସ । ହାଉସିଂ ଆଣ୍ଡ ଅର୍ବନ ଡେଭେଲପ୍ମେଣ୍ଟ ମନ୍ତ୍ରାଳୟ ତରଫରୁ ଲୋଧି ରୋଡ଼ ସ୍ଥିତ ସରକାରୀ ଆବାସ ଖାଲି ଅରିବାକୁ ନୋଟିସ ଦିଆଯାଇଛି । ପ୍ରିୟଙ୍କା ଗାନ୍ଧୀ ଲୋଧି ରୋଡ଼ ସ୍ଥିତ ୩୫ ନମ୍ବର ସରକାରୀ ବଙ୍ଗଳା ଗୋଟିଏ ମାସ ଭିତରେ ଖାଲି କରନ୍ତୁ ବୋଲି ନୋଟିସରେ ଲେଖାଯାଇଛି ।
କଂଗ୍ରେସ ପକ୍ଷରୁ କୁହାଯାଇଛି, ବିଜେପି ସରକାର ଗାନ୍ଧୀ ପରିବାରର ଏସପିଜି ସୁରକ୍ଷା ହଟାଇବା ପରେପ୍ରିୟଙ୍କା ଏହା ଅନୁମାନ କରୁଥିଲେ । । ଗାନ୍ଧୀ ପରିବାର ନିକଟ ତଥା କଂଗ୍ରେସର ଜଣେ ବରିଷ୍ଠ ନେତା କହିଛନ୍ତି ଯେ ଏସପିଜି ସୁରକ୍ଷା ହଟାଇବା ସମ୍ପର୍କରେ ଚର୍ଚ୍ଚା ହୋଇଥିଲା ଯେ ସୁରକ୍ଷା ଦୃଷ୍ଟିରୁ ପ୍ରିୟଙ୍କା ଗାନ୍ଧୀଙ୍କୁ ଲୋଧି ରୋଡ଼ ସ୍ଥିତ ସରକାରୀ ବଙ୍ଗଳା ଦିଆଯାଇଥିଲା । କିନ୍ତୁ ଯଦି ସୁରକ୍ଷା ହଟାଇ ଦିଆଯାଇଛି ତାହେଲେ ବଙ୍ଗଳା ମଧ୍ୟ ଖାଲି କରାଯାଇପାରେ ବୋଲି ପ୍ରିୟଙ୍କା ଆଶଙ୍କା କରୁଥିଲେ, ଯାହା ସତ୍ୟ ହୋଇଛି ।

Related posts

ହ୍ୱାଟ୍ସଆପରେ ପାଠ ପଢାଇବାକୁ ଆସାମ ସରକାରଙ୍କ ନିର୍ଦ୍ଦେଶ

mahabharatanews

ବ୍ରହ୍ମପୁରରେ ମାସ୍କ ବାଧ୍ୟତା ମୂଳକ

mahabharatanews

ହାଥରସ ଗଣଦୁଷ୍ମର୍ମ ମାମଲାରେ ଯୋଗୀଙ୍କ ଇସ୍ତଫା ଦାବିକଲେ ପ୍ରିୟଙ୍କା

mahabharatanews